ଦେଶ ବିଦେଶ

ମୁକେଶ ଅମ୍ବାନୀ ପୁରୁଣା କର୍ମଚାରୀଙ୍କୁ ଉପହାର କଲେ ୧୫୦୦ କୋଟିର ୨୨ ମହଲା କୋଠା! ଜାଣନ୍ତୁ କିଏ ଏହି ଖାସ୍‌ ବ୍ୟକ୍ତି

ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍ ତଥା ଏସିଆର ସବୁଠୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପାଖରେ କେବଳ ବଡ଼ ବ୍ୟାଙ୍କ ବାଲାନ୍ସ ନାହିଁ, ବରଂ ତାଙ୍କର ବିଶାଳ ହୃଦୟ ମଧ୍ୟ ରହିଛି। କର୍ମଚାରୀଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ଛିଡ଼ା ହେଉଥିବା ମୁକେଶ ଅମ୍ବାନୀ ନିକଟରେ ନିଜର ଜଣେ ପୁରୁଣା କର୍ମଚାରୀଙ୍କ ପାଇଁ ୧,୫୦୦ କୋଟି ଟଙ୍କା ମୂଲ୍ୟର ଘର କିଣିଛନ୍ତି।

ବର୍ଷ ବର୍ଷ ଧରି ରିଲାଏନ୍ସ ପାଇଁ କାମ କରୁଥିବା ମନୋଜ ମୋଦିଙ୍କୁ ମୁକେଶ ଏକ ୨୨ ମହଲା କୋଠା ଉପହାର ଦେଇଛନ୍ତି। ଏହି ସମ୍ପତ୍ତିର ନାମ ରଖାଯାଇଛି ‘ବୃନ୍ଦାବନ’। ଅମ୍ବାନୀଙ୍କ ଡାହାଣ ହାତ କୁହାଯାଉଥିବା ମନୋଜ ମୋଦି ଆରମ୍ଭରୁ ଆଜି ପର୍ଯ୍ୟନ୍ତ କମ୍ପାନୀ ସହିତ ଅଛନ୍ତି। ସେ କେବଳ ରିଲାଏନ୍ସର କର୍ମଚାରୀ ନୁହଁନ୍ତି, ମୁକେଶ ଅମ୍ବାନୀଙ୍କ ବନ୍ଧୁ ମଧ୍ୟ।

ଅମ୍ବାନୀ ପରିବାର ମନୋଜ ମୋଦିଙ୍କ ପାଇଁ ମୁମ୍ବାଇର ନେପିୟନ୍‌ ସି ରୋଡ୍‌ରେ ୨୨ ମହଲା କୋଠା କିଣିଛନ୍ତି। କହି ରଖୁଛୁ, ନେପିୟନ୍‌ ସି ରୋଡ୍‌ ମୁମ୍ବାଇର ପଶ୍‌ ଅଞ୍ଚଳ। ଅମ୍ବାନୀ ଗିଫ୍ଟ କରିଥିବା ଏହି କୋଠାର ମୂଲ୍ୟ ୧,୫୦୦ କୋଟି ଟଙ୍କା ବୋଲି କୁହାଯାଉଛି। ଏହି କୋଠା ୧.୭ ଲକ୍ଷ ବର୍ଗଫୁଟ ଅଞ୍ଚଳରେ ନିର୍ମିତ ହୋଇଛି।

ମନୋଜ ମୋଦି ମୁକେଶ ଅମ୍ବାନୀଙ୍କ କଲେଜ ବନ୍ଧୁ। ଅମ୍ବାନୀ ଓ ମୋଦି ଉଭୟ ସହପାଠୀ ରହିଛନ୍ତି। ଏପରି କି, ଉଭୟ ଏକାଠି ୟୁନିଭର୍ସିଟି ଡିପାର୍ଟମେଣ୍ଟ ଅଫ୍‌ କେମିକାଲ୍ ଟେକ୍ନୋଲୋଜିରୁ ଅଧ୍ୟୟନ କରିଛନ୍ତି। ଅଧ୍ୟୟନ ପରେ ଯେତେବେଳେ ମୁକେଶ ଅମ୍ବାନୀ ରିଲାଏନ୍ସରେ କାମ କରିବା ଆରମ୍ଭ କରିଥିଲେ, ସେତେବେଳେ ସେ ମନୋଜଙ୍କୁ ମଧ୍ୟ ନିଜ ସହିତ ଡକାଇଥିଲେ। ୧୯୮୦ରୁ ମନୋଜ ମୋଦି ରିଲାଏନ୍ସ ଇଣ୍ଡଷ୍ଟ୍ରୀ ସହିତ ଜଡିତ ଅଛନ୍ତି।

 

Roshni

Recent Posts

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

5 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

17 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

21 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

40 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago