ଅନିଲଙ୍କ ପରେ ଏବେ ମୁକେଶ ଅମ୍ବାନୀ, କରଜ ସୁଝିବା ପାଇଁ ବିକ୍ରି କରିବେ ଅନେକ କମ୍ପାନୀର ନିଜର ଅଂଶ

ଦେଶର ସବୁଠାରୁ ଧନୀ ବ୍ଯକ୍ତି ମୁକେଶ ଅମ୍ବାନୀ ବ୍ଯାଙ୍କ ଟଙ୍କା ସୁଝିବା ପାଇଁ ନିଜର କିଛି କମ୍ପାନୀ ବିକିବାକୁ ଯାଉଛନ୍ତି। ଏହି କମ୍ପାନୀ ବିକ୍ରି ମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚା ସାଉଦି ଆରବରେ ଥିବା ତେଲ କମ୍ପାନୀ ଏବଂ ଜାପାନ କମ୍ପାନୀ ସହ ଥିବା ଇଥେନ ଫର୍ମକୁ ବିକ୍ରି କରିବା ବିଷୟରେ ହେଉଛି। ଶୁଣିବାକୁ ମିଳୁଛି ଏହି ଦୁଇ କମ୍ପାନୀରେ ଥିବା ମୁକେଶଙ୍କ ଅଂଶକୁ ବିକ୍ରି କରିବା ଦ୍ବାରା ରିଲାଏସ ଇଣ୍ଡଷ୍ଟ୍ରି ଉପରେ ଥିବା କରଜରୁ ମୁକ୍ତି ସହଜରେ ମିଳିପାରିବ।

ରିପୋର୍ଟ ଅନୁଯାୟୀ, ଜିଓର ଟେଲିକମ କ୍ଷେତ୍ରରେ ପ୍ରବେଶ ପାଇଁ ଖର୍ଚ୍ଚ ହୋଇଥିବା ସମସ୍ତ ନିବେଶ ଆରଆଇଏଲ କରିଥିଲା। ଫଳରେ ଏହା ଉପରେ କମ୍ପାନୀର କରଜ ବଢି ପାଖାପାଖି ୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚି ସାରିଲାଣି। ଏଣୁ ଦୁନିଆର  ସବୁଠାରୁ ଅଧିକ ଲାଭ କରୁଥିବା ରିଫାଇନରୀ କମ୍ପାନୀ ସାଉଦୀ ଅରାମକୋ ସହ ଥିବା ଆରଆଇଏଲ ରିଫାଇନରୀର ୨୫ ପ୍ରତିଶତ ଅଂଶକୁ ବିକ୍ରି କରିବା  ବିଷୟରେ ଆଲୋଚନା କରୁଛି। ଏହି ଚୁକ୍ତିରେ ୧.୦୫ ଲକ୍ଷ କୋଟି ଟଙ୍କା ମିଳିବାର ଆଶା କରାଯାଉଛି।

ଅପରପକ୍ଷରେ ଜାପାନର ମିଟସୁଇ ଓଏସକେ ଲାଇନ୍ସ ସହ ଇଥେନ ଢୋନେ ଭଳି ବଡ଼ ମାଲବାହକ ଯାହାଜର ସଞ୍ଚାଳନ କରୁଥିବା ୬ଟି ଫର୍ମର ଅଂଶ ବିକିବା ନେଇ ଆଲୋଚନା କରିଥିବା ବେଳେ ଏହାର ମୂଲ୍ଯ କେତେ ହେବ ତାହା ପ୍ରକାଶ ହୋଇନାହିଁ।

ଆରଆଇଏଲର କାର୍ଯ୍ଯକାରୀ ନିର୍ଦେଶକ ପିଏମଏସ ପ୍ରସାଦଙ୍କ ମତ ଅନୁଯାୟୀ, କମ୍ପାନୀ ବଡ଼ ମାଲବାହକର ବ୍ଯବହାର ଆମେରିକାରୁ ୧୬ ଲକ୍ଷ ଟନ ଇଥେନର ଆୟତରେ କରୁଥିଲା। ସେ କହିଛନ୍ତି ଏମଓଏଲର ଏହି ଯୁକ୍ତିକୁ ଆମେ ସ୍ବାଗତ କରୁଛୁ। ଏମଓଏଲର ମୁଖ୍ଯ ତକେଶୀ ହଶୀମୋତୋ କହିଛନ୍ତି, ଏଥିରେ କମ୍ପାନୀକୁ ୬ଟି ମାଲବାହୀ ଯାହାଜ ମିଳିବ। ଯାହା ଦ୍ବାରା କମ୍ପାନୀର କ୍ଷମତା ବିସ୍ତାର ହେବ। ବର୍ତ୍ତମାନ ତାଙ୍କ ପାଖରେ ୮୫୦ ମାଲବାହୀ ଯାହାଜ ରହିଛି।

ବିଟ୍ରେନର ୨୫୯ ବର୍ଷ ପୁରୁଣା କମ୍ପାନୀ ରିଲାଏନ୍ସରେ ଅଂଶୀଦାର ରହିଛି

ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ରିଟେଲ ବ୍ରିଟେନର ୨୫୯ ବର୍ଷ ପୁରୁଣା ଖେଳନା କମ୍ପାନୀ ହେମଲେଜରେ ଅଂଶୀଦାର ହେବାର ଆଲୋଚନା କରିଛି। କମ୍ପାନୀ ଆଗାମୀ ତିନି ବର୍ଷ ଭିତରେ ୨୦୦ଟି ଷ୍ଟୋର ଖୋଲିବାର ଡିଲ କରିଛି, ଯାହା ବର୍ତ୍ତମାନ ୫୦ଟି ଷ୍ଟୋର ଭାରତରେ ଖୋଲି ସାରିଛି।

ଆମାଜନ-ଫ୍ଲିପକାର୍ଡରୁ ହଟିବ ଉତ୍ପାଦ

ରିଲାଏନ୍ସ ରିଟେଲ ବିଜନେସ୍ ଟୁ କଞ୍ଜ୍ଯୁମର ମାର୍କେଟ ପ୍ଲେସ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଆମାଜନ ଏବଂ ଫ୍ଲିପକାର୍ଡ଼ ସାଇଡରୁ ନିଜର ସମସ୍ତ ଉତ୍ପାଦିତ ଜିନିଷ ହଟାଇବା ଆରମ୍ଭ କରିସାରିଛି। କମ୍ପାନୀ ପାଖରେ ଡିଜେଲ, କେଟ ସ୍ପେଡ , ବରବେରୀ, କନାଲୀ, ଏପୋରିୟୋ, ଅରମାନୀ, ମାର୍କ୍ସ ଏବଂ ସ୍ପେସର ଭଳି ବୈଶ୍ବିକ ବ୍ରାଣ୍ଡର ଭାରତରେ ବିକ୍ରି ହେବାର ଅଧିକାର ରହିଛି। ବର୍ତ୍ତମାନ ଏହି ଉତ୍ପାଦନ ଗୁଡ଼ିକ ଆମାଜନ ଏବଂ ଫ୍ଲିପକାର୍ଡ ସାଇଡରେ ବନ୍ଦ କରାଯାଇଛି।

KNews Bureau

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

15 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

20 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago