ଅମ୍ବାନୀ ପରିବାରକୁ ଖୁବ୍‌ ଶୀଘ୍ର ଆସିବେ ସାନ ବୋହୂ, ଶେଷ ହେଲା ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ

ନୂଆଦିଲ୍ଲୀ : ଅମ୍ବାନୀ ପରିବାରକୁ ଖୁବ୍‌ ଶୀଘ୍ର ଆସିବ ସାନ ବୋହୂ। ବିବାହ କରିବେ ମୁକେଶ ଅମ୍ବାନୀଙ୍କ ସାନ ପୁଅ । ଶେଷ ହୋଇଛି ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ । ଦୀର୍ଘ ଦିନର ବାନ୍ଧବୀ ରାଧିକା ମର୍ଚ୍ଚାଣ୍ଟଙ୍କୁ କରିବେ ଜୀବନସାଥି । ଆଣ୍ଟିଲିଆରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଛି । ନିର୍ବନ୍ଧ ପାଇଁ ନବ ବଧୂ ପରି ସଜେଇ ହୋଇଛି ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ । ପୁରାତନ ପରମ୍ପରା ଗୋଲ ଧନା ଏବଂ ଚୁନରୀ ବିଧି ଅନୁଯାୟୀ ଉଭୟଙ୍କ ନିର୍ବନ୍ଧ ହୋଇଛି ।

ଏବେ ବିବାହ ପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି ଉଭୟଙ୍କ ପରିବାର । ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧରେ ବଲିଉଡର ବଡ଼ ବଡ଼ ସେଲିବ୍ରିଟି ସାମିଲ ହୋଇଛନ୍ତି । ଏହା ପୂର୍ବରୁ ଡିସେମ୍ବର ୨୯ରେ ଉଭୟଙ୍କ ରୋକା ହୋଇଥିଲା । ଦୀର୍ଘ ଦିନ ହେବ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟ ପରସ୍ପରକୁ ଡେଟ୍‌ କରୁଥିଲେ । ଅମ୍ବାନୀ ପରିବରର ଅନେକ ଫଙ୍କସନ୍‌ରେ ରାଧିକାଙ୍କୁ ଦେଖିବାକୁ ମିଳେ । ଏନ୍‌କୋର ହେଲ୍‌ଥ କେୟାରର ସିଇଓ ହେଉଛନ୍ତି ରାଧିକାଙ୍କ ବାପା ବିରେନ ମର୍ଚ୍ଚାଣ୍ଟ । ରାଧିକାଙ୍କ ପୈତୃକ ଘର ଗୁଜୁରାଟର କଚ୍ଚଠାରେ ହୋଇଥିବା ବେଳେ ସେ ନିଜର ସ୍କୁଲ ଶିକ୍ଷା ମୁମ୍ବାଇରେ କରିଛନ୍ତି । ପରେ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିଲେ । ଏବେ ଏନ୍‌କୋର ହେଲ୍‌ଥ କେୟାରରେ ନିର୍ଦ୍ଦେଶକ ଅଛନ୍ତି ରାଧିକା । ଏହା ସହ ରାଧିକା ଜଣେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.