କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୁଖ୍‌ତାର ଅବ୍ଦାସ ନକବୀ, ଉପରାଷ୍ଟ୍ରପତି ପ୍ରାର୍ଥୀ ହେଉଥିବା ନେଇ ଜୋର୍‌ ଧରିଛି ଚର୍ଚ୍ଚା

ଇସ୍ତଫା ଦେଲେ କେନ୍ଦ୍ର ମନ୍ତ୍ରୀ ମୁଖ୍‌ତାର ଅବ୍ଦାସ ନକବୀ। ସେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସଂଖ୍ୟାଲଘୁ ବିଭାଗ ଦାୟିତ୍ୱରେ ଥିଲେ। ମୁଖ୍‌ତାର ରାଜ୍ୟସଭା ସଦସ୍ୟ ଥିଲେ। ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ନକବୀଙ୍କୁ ଏଥରକ ବିଜେପି ପକ୍ଷରୁ ରାଜ୍ୟ ସଭାର ସଦସ୍ୟ କରାଯାଇନଥିଲା। କୁହାଯାଉଛି ଯେ ପାର୍ଟି ଏବେ ତାଙ୍କୁ ଏକ ବଡ଼ ଦାୟିତ୍ୱ ଦେଇପାରେ।

ରିପୋର୍ଟ ମୁତାବକ, ମୋଦି ସରକାରଙ୍କ ଦୁଇ ମନ୍ତ୍ରୀଙ୍କର ଗୁରୁବାର ରାଜ୍ୟସଭା ସଦସ୍ୟ କାର୍ଯ୍ୟକାଳ ପୂରଣ ହେଉଛି। ଏଥିରେ ମୁଖ୍‌ତାର ଅବ୍ଦାସ ନକବୀଙ୍କ ସମେତ ଜେଡିୟୁ କୋଟାରୁ ଆରସିପି ସିଂହଙ୍କ ନାଁ ବି ରହିଛି। ଏହି ଦୁଇ ନେତା ଚଳିତ ଜୁଲାଇ ୬ ପର ଠାରୁ କୌଣସି ଗୃହର ସଦସ୍ୟ ପଦରେ ରହିବେ ନାହିଁ।

ଉପରାଷ୍ଟ୍ରପତି ପଦ ପାଇଁ ନାଁ ଥିବା ଚର୍ଚ୍ଚା:

ଚର୍ଚ୍ଚା ହେଉଛି ଯେ ମୁଖ୍‌ତାରଙ୍କୁ ବିଜେପି ପୁଣି ଥରେ ରାଜ୍ୟସଭା ପାଇଁ ନ ପଠାଇବା ପଛରେ ବଡ଼ କାରଣ ରହିଛି। ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା ଯେ ଏଥରକ ବିଜେପି ମୁସ୍‌ଲିମ୍‌ଙ୍କୁ ରାଷ୍ଟ୍ରପତି ବନାଇପାରେ। କିନ୍ତୁ ପାର୍ଟି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କଲା। ଏଣୁ ଏବେ କୁହାଯାଉଛି ଯେ ବିଜେପି ମୁଖ୍‌ତାର ଅବ୍ଦାସ ନକବୀଙ୍କୁ ଉପରାଷ୍ଟ୍ରପତି କରିପାରେ। ଅନ୍ୟପଟେ ଏହି ପଦ ପାଇଁ କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍‌ଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି।

Also Read: ଆସାମ ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବଲିଉଡ୍‌ ସେଲିବ୍ରିଟି, ଅମୀର ଖାନ୍‌ଙ୍କ ଠାରୁ କରନ୍‌ ଜୋହରଙ୍କ ପର୍ଯ୍ୟନ୍ତ ଦେଲେ ଏତେ ଟଙ୍କା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.