ମୁଲାୟମଙ୍କ ମର୍ସିଡିଜ ସର୍ଭିସିଂ ଖର୍ଚ୍ଚ ୨୬ ଲକ୍ଷ ! ଯୋଗୀ ସରକାର ବଦଳାଇବେ କାର

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କୁ ମିଳିଥିବା ସରକାରୀ ଗାଡିର ଖର୍ଚ୍ଚ ୟୁପି ସରକାର ଆଉ ବହନ କରିପାରିବେ ନାହିଁ। ସେଥିପାଇଁ ବର୍ତ୍ତମାନର ଯୋଗୀ ସରକାର ଏହି ଗାଡିକୁ ବଦଳାଇବା ପାଇଁ ଯୋଜନା କରୁଛନ୍ତି। ମୁଲାୟମ ସିଂ ଯାବଦ ବର୍ତ୍ତମାନେ ଏବେ ଏକ ମର୍ସିଡିଜ ଏସୟୁଭି ବ୍ୟବହାର କରୁଛନ୍ତି।

ସୂଚନାଯୋଗ୍ୟ, ନିକଟରେ ମୁଲାୟମଙ୍କ ସରକାରୀ ଗାଡି ଖରାପ ହୋଇଯାଇଥିଲା। ଏହି ଗାଡିକୁ ସଜାଡିବା ପାଇଁ ମର୍ସିଡିଜ ସେଣ୍ଟର ପକ୍ଷରୁ ୨୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଛି। ଏଥିପାଇଁ ସରକାର ଗାଡି ବଦଳାଇବାକୁ ବିଚାର କରୁଛି।ଏହି ମର୍ସିଡିଜର ଖର୍ଚ୍ଚକୁ ସରକାର ବହନ କରିପାରିବ ନାହିଁ। ଏଥିପାଇଁ ମୁଲାୟମକୁ ଟୟୋଟା ପ୍ରାଡୋ ଦିଆଯିବ।

ee

ଏହାସହ ପଢ଼ନ୍ତୁ; ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଗୁଲ ଫୁଙ୍କିଲେ ମୋଦି, କାଶ୍ମୀର ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ୍‌

ୟୁପି ସରକାର ପାଖରେ ମର୍ସିଡିଜର ଦୁଇଟି ଏସୟୁଭି ରହିଛି। ଗୋଟେ ଗାଡି ନିଜେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ବ୍ୟବହାର କରୁଥିବା ବେଳେ ଅନ୍ୟଟି ମୁଲାୟମ ସିଂ ଯାଦବ ବ୍ୟବହାର କରୁଛନ୍ତି। ପୂର୍ବରୁ ଯୋଗୀ ସରକାର ସୁପ୍ରିମକୋର୍ଟଙ୍କ ଆଦେଶ ପରେ ମୁଲାୟମ ପରିବାରର ଲୋହିୟା ଟ୍ରଷ୍ଟର ବିଲିଡିଂକୁ ଖାଲି କରିଥିଲେ। ଏବେ ମୁଲାୟମଙ୍କ ବିଳାସପୂର୍ଣ୍ଣ ଗାଡି ମଧ୍ୟ ହାତଛଡା ହେବ ବୋଲି ଜଣାପଡିଛି।