କୁଖ୍ୟାତ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ହେବ ଆଫଗାନର ନୂଆ ପ୍ରଧାନମନ୍ତ୍ରୀ, ଜାତିସଂଘ ଆତଙ୍କବାଦୀ ତାଲିକାରେ ବି ଅଛି ନାଁ

ଆଫଗାନିସ୍ତାନର ପ୍ରଧାନମନ୍ତ୍ରୀ ହେବେ ଜଣେ ଆତଙ୍କବାଦୀ। ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଭାବେ କୁଖ୍ୟାତ ଅର୍ଜନ କରିଥିବା ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦଙ୍କୁ ପ୍ରଧାନମନ୍ତ୍ରୀ ପଦରେ ବସାଇବ ତାଲିବାନ। ବିଶ୍ୱରେ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦର ପରିଚୟ ଜଣେ ଆତଙ୍କବାଦୀ ଭାବେ ରହିଛି। ଏମିତିକି ଜାତିସଂଘର ଆତଙ୍କବାଦୀ ତାଲିକାରେ ବି ଅଖୁନ୍ଦଙ୍କ ନାଁ ରହିଛି। ସାମରିକ ଅପେକ୍ଷା ଜଣେ ଧାର୍ମିକ ନେତା ଭାବେ ସେ ଜଣାଶୁଣା।

ତାଲିବାନର ଶୀର୍ଷ ନେତା ଶେଖ୍‌ ହିବତୁଲ୍ଲାହ ଅଖୁନ୍ଦଜାଦାଙ୍କ ଘନିଷ୍ଠ ସହଯୋଗୀ ହେଉଛନ୍ତି ଅଖୁନ୍ଦ। ସେ ତାଲିବାନର ଜନ୍ମସ୍ଥଳ କାନ୍ଦାହାର ବାସିନ୍ଦା। ଏବେ ମହମ୍ମଦ ହସନ ଅଖୁନ୍ଦ ତାଲିବାନର ଶକ୍ତିଶାଳୀ ନୀତି ନିର୍ଦ୍ଧାରକ ସମିତି ରେହବରୀ ସୁରାର ମୁଖ୍ୟ ଭାବେ କାମ କରୁଛି। ଦୀର୍ଘ ୨୦ ବର୍ଷ ଧରି ସେ ଏହି ସମିତିର ନେତୃତ୍ୱ ନେଉଛିି। ତେବେ ଆତଙ୍କୀ ସଂଗଠନର ନେତୃତ୍ୱ ନେବା ପରେ ଏବେ ସେ ଆଫଗାନିସ୍ତାନର ନେତୃତ୍ୱ ନେବାକୁ ଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.