ଦେଶ ବିଦେଶ

ଦିଲ୍ଲୀ-ମେରଠ ଏକ୍ସପ୍ରେସ୍‌-ୱେରେ ହଠାତ୍‌ ମାଡ଼ି ଆସିଲା କୁହୁଡ଼ି, ପଛକୁ ପଛ ଧକ୍କା ହୋଇଗଲେ ୩୦ରୁ ଅଧିକ ଗାଡ଼ି!

ଦିଲ୍ଲୀ-ମେରଠ ଏକ୍ସପ୍ରେସ୍‌-େଓ୍ଵରେ ରବିବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩୦ରୁ ଅଧିକ ଗାଡ଼ି ପରସ୍ପର ସହ ଧକ୍କା ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରୁ ହାଲୁକା କୁହୁଡ଼ି ପଡ଼ିବା ଆରମ୍ଭ ହୋଇଥିଲା ଏବଂ ରବିବାର ସକାଳ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିଥିଲା। ଯାହାଫଳରେ କି, ଦିଲ୍ଲୀ-ମେରଠ ଏକ୍ସପ୍ରେସ୍‌ େଓ୍ଵରେ ଯାଉଥିବା ଗୋଟିଏ ପରେ ଗୋଟିଏ ୩୦ରୁ ଅଧିକ ଗାଡ଼ି ପଛକୁ ପଛ ପରସ୍ପର ସହିତ ପିଟି ହୋଇ ଯାଇଥିଲେ।

ଘଟଣା ସକାଳ ପ୍ରାୟ ୮ଟା ସମୟରେ ଘଟିଛି। ଏଠାରେ ଗାଜିଆବାଦର ଡାସନା ଅଞ୍ଚଳରେ ଘନ କୁହୁଡ଼ି କାରଣରୁ ଗାଡ଼ି ଚାଳକମାନେ ଅନ୍ୟ ଗାଡ଼ିଗୁଡ଼ିକୁ ଦେଖିପାରି ନ ଥିଲେ, ଫଳରେ ପରସ୍ପର ସହ ଧକ୍କା ହୋଇଥିଲେ। ଏଥିରେ ବହୁ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯଦିଓ ଦୁର୍ଘଟଣା ପରେ ଏକ୍ସପ୍ରେସ୍‌-େଓ୍ଵରେ ଦୀର୍ଘ ଘଣ୍ଟା ଧରି ରାସ୍ତା ଜାମ୍‌ ଲାଗି ରହିଛି।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଉଦ୍ଧାର କାର୍ଯ୍ୟରେ ଲାଗିଛି। ଏକ୍ସପ୍ରେସ୍‌-େଓ୍ଵରୁ ଜାମ୍‌ ହଟାଇବା ପାଇଁ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ହଟାଯାଉଛି। ସେପଟେ ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କ୍ରେନ୍‌ ଯୋଗେ ରାସ୍ତା କ୍ଲିୟର କରାଯାଉଛି। ଏହି ଦୁର୍ଘଟଣା ମସୁରୀ ରେଷ୍ଟ୍‍ ଏରିଆରୁ ଗାଜିଆବାଦ ଆଡ଼କୁ ଘଟିଛି।

କୁହାଯାଉଛି ଯେ ପ୍ରାତଃ ସମୟରେ ପାଗ ଟିକିଏ ସଫା ଥିବାବେଳେ ଧୀରେ ଧୀରେ କୁହୁଡ଼ି ମାଡ଼ି ଆସିଥିଲା। ଏକ୍ସପ୍ରେସ୍‌-େଓ୍ଵରେ ପାଖାପାଖି ୩ କିଲୋମିଟର ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଗାଡ଼ିଗୁଡ଼ିକ ଦେଖାଯାଉଛି। ଏହାର ସଂଖ୍ୟା ଆହୁରି ବି ଅଧିକ ହୋଇପାରେ। ରାସ୍ତାରେ କ୍ଷତିଗ୍ରସ୍ତ ଗାଡ଼ିଗୁଡ଼ିକର ଲମ୍ବା ଲାଇନ୍‌ ଲାଗିଛି।

Roshni

Recent Posts

ଗରମ ସହି ନପାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଆନନ୍ଦପୁର(କେନ୍ୟୁଜ୍‌): ଅସହ୍ୟ କଲା ଗରମ ଗୁଳୁଗୁଳି । ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧ । ଗୋଡ଼ ଖସିଗଲା ପାଣିରେ ବୁଡି…

38 mins ago

ସୁରକ୍ଷିତ ଦେଶ ଯେଉଁଠି ସ୍କୁଲ ହେଉ କି ସପିଂ ମଲ୍‌ ପିଲାମାନେ ଏକା ଯାଆନ୍ତି

ସାଧାରଣତ ଯେତେବେଳେ ପିଲାମାନେ ବିଦ୍ୟାଳୟକୁ ଯାଆନ୍ତି, ଲୋକମାନେ ସେମାନଙ୍କର ସୁରକ୍ଷା ପାଇଁ ଚିନ୍ତିତ ହୁଅନ୍ତି । ଆମେ ସେମାନଙ୍କୁ ଏକୁଟିଆ…

56 mins ago

ଦିଲ୍ଲୀରେ ବିଦ୍ୟୁତ ସଙ୍କଟ, ଦିନ ୨ ଟାରୁ ନାହିଁ କରେଣ୍ଟ

ଡହ ଡହ ଖରାରେ ଜଳୁଛି ସାରା ଦେଶ । ଗୁଳୁଗୁଳି ସାଙ୍ଗକୁ ଅସହ୍ୟ ତାତି । କିନ୍ତୁ ଏହାରି ଭିତରେ…

1 hour ago

ଶିଶୁ ମନ୍ଦିର ଗୁରୁଜୀରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ମୋହନ ମାଝିଙ୍କ ରାଜନୈତିକ ଜୀବନ ଯାତ୍ରା

(କେନ୍ୟୁଜ) : ଉଠିଲା ପରଦା । ହଟିଲା ସସପେନସ । ସାମ୍ନାକୁ ଆସିଲା ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ।…

3 hours ago

କେଭି ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ହେବେ ଓଡ଼ିଶାର ନୂଆ ଉପ-ମୁଖ୍ୟମନ୍ତ୍ରୀ

କେନ୍ୟୁଜ (ବ୍ୟୁରୋ) : ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟମନ୍ତ୍ରୀଙ୍କ ନାମ…

3 hours ago

ଦେଖିପାରିଲାନି ଭାଇର ସୁନା ସଂସାର, ଦୀର୍ଘ ଦିନର ରାଗକୁ ସୁଝାଇ ଭାଇବୋହୁକୁ ମାରିଲା ଦେଢ଼ଶୁର

ବାସୁଦେବପୁର (କେନ୍ୟୁଜ) : ଭାଇ ବୋହୂକୁ ମାରିଲା ଦେଢ଼ଶୁର..ଅଛୁଆଁ ଭାଇ ବୋହୁକୁ ମାରିଦେଲା ରାକ୍ଷସ ଦେଢ଼ଶୁର…ଭୁଲିଗଲା ସମ୍ପର୍କ, ଆଉ କରିବସିଲା…

3 hours ago