ବୁଲେଟ ଟ୍ରେନକୁ ନେଇ ସ୍ୱପ୍ନ ହେବ ସାକାର, କେନ୍ଦ୍ର ରେଳମନ୍ତ୍ରୀ ଭିଡ଼ିଓ ମାଧ୍ୟମରେ ଦେଲେ ସୂଚନା

ଭାରତରେ ଚାଲିବ ବୁଲେଟ ଟ୍ରେନ। ଏବେ ମୁମ୍ବାଇ ଅହମ୍ମଦାବାଦର ବୁଲେଟ ଟ୍ରେନ ପ୍ରୋଜେକ୍ଟ କୁ ନେଇ ଆସିଲା ବଡ଼ ଅପଡେଟ। ଏହାକୁ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବୁଲେଟ ଟ୍ରେନ ପରି ଯୋଜନାକୁ ନେଇ ଏବେ ଦିନରାତି କାମ ଚାଲିଛି। ଏହା ମଧ୍ୟରେ ୧ କିଲୋମିଟରର Continuos Viaduct ତିଆରି ହୋଇଛି। ଏହାକୁ ନେଇ ରେଳ ମନ୍ତ୍ରୀ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ଏକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି।

ତେବେ ଏହି ବୁଲେଟ ଟ୍ରେନ କୁ ନେଇ ଅନେକ ଦିନରୁ ଚର୍ଚ୍ଚା ଚାଲୁଥିଲା। କିନ୍ତୁ ଏହାକୁ ନେଇ କୌଣସି ସ୍ପଷ୍ଟି କରଣ କରାଯାଇନଥିଲା। ଜାଣି ରଖନ୍ତୁ ଯେ ବୁଲେଟ ଟ୍ରେନ ଆସ ନ୍ତା ବର୍ଷ ୨୦୨୩ରେ ଚ ।ଲିବାର ଥିଲା। କିନ୍ତୁ ମହାରାଷ୍ଟ୍ରରେ ଜମି ଅଧିଗ୍ରହଣର ସ୍ଲୋ ପ୍ରୋସେସ କାରଣରୁ ଏହି କାମ ବିଳମ୍ବ ହେଉଛି। କିନ୍ତୁ ଏବେ ଏହି କାମକ ୁ ବଢ଼ାଇଦିଆଯାଇଛି।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭିିଡ଼ିଓ ଟ୍ଵିଟ ମାଧ୍ୟମରେ ସେୟାର କରି କହିଛନ୍ତି ଯେ MAHSR (Mumbai Ahmedabad high spreed rail corridor) ଏକ ଉପଲବ୍ଧି ହାସଲ କରିଛି। ମେଡ ଇନ୍‌ ଇଣ୍ଡିଆ ଅନ୍ତର୍ଗତ ଫୁଲ ସ୍ପାନ ଲଞ୍ଚିଂ ଗ୍ୟାଣ୍ଟ୍ରି ମାଧ୍ୟମରେ ପ୍ରଥମ ୧ କିଲୋମିଟର Continuos Viaduct ର କାମ ପୂରା କରାଯାଇଛି।

କିଛି ଦିନ ପୂର୍ବେ ଭାରତୀୟ ରେଳ ଟ୍ଵିଟ ମାଧ୍ୟମରେ ସୂଚନା ଦେଇଥିଲା ଯେ ମୁମ୍ବାଇ ଅହମ୍ମଦାବାଦ ବୁଲେଟ ଟ୍ରେନ ପ୍ରୋଜେକ୍ଟ ର କାମ କେତେ ମାତ୍ରାରେ ପୂରା ହୋଇଛି। ସୂଚନା ଥିଲା ଯେ ଏହି ପ୍ରୋଜେକ୍ଟ ପାଇଁ ଜମି ଅଧିଗ୍ରହଣ ର କାମ ପାଖାପାଖି ୯୮.୮% ପୂରା ହୋଇଛି। ସେହିପରି ୧୬୨ କିଲୋମିଟର ଲମ୍ବା ମାର୍ଗରେ ପାଇଲିଂ କାମ ମଧ୍ୟ ଶେଷ ହୋଇଛି ।

ଜାଣି ରଖନ୍ତୁ ଯେ ମୁମ୍ବାଇ ଅହମ୍ମଦାବାଦ ବୁଲେଟ ଟ୍ରେନ ପ୍ରୋଜେକ୍ଟ ୫୦୮.୧୬ କିଲୋମିଟରର ରହିଛି। ଏହି ପ୍ରୋଜେକ୍ଟର ଶିଳାନ୍ୟାସ ୧୪ ସେପ୍ଟେମ୍ବର ୨୦୧୭ ରେ ଦେଶର ପ୍ରଧାନମନ୍ତ୍ରୀ ମୋଦି ଓ ଜାପାନ ର ତତ୍କାଳୀନ ପ୍ରଧାନବମନ୍ତ୍ରୀ ସିଂଜୋ ଆବେ କରିଥିଲେ। ଏହି ପ୍ରୋଜେକ୍ଟ ୧.୧୦ ଲକ୍ଷ କୋଟି ଟଙ୍କାର.. ଏହି ରୁଟରେ ଗୁଜୁରାଟର ବଳସାଡ଼, ନବସାରୀ, ସୁରତ, ଭରୁଚ, ବଡୋଦରା, ଆନନ୍ଦ , ଖେଡ଼ା ଅହମ୍ମଦାବାଦ ସାମିଲ ରହିଛି। ଏଥିରେ ୧୨ ଟି ରେଲେଓ୍ଵ ଷ୍ଟେସନ ରହିବ ଯେଉଁଥିରେ ୮ ଟି ଗୁଜୁରାଟ ୪ଟି ମହାରାଷ୍ଟ୍ର ଷ୍ଟେସନ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.