ବିମାନ ଯାତ୍ରୀ ଧ୍ୟାନ ଦିଅନ୍ତୁ ! ମୁମ୍ବାଇ ବିମାନ ବନ୍ଦରରେ ୬ ଘଣ୍ଟା ପାଇଁ ଉଡାଣ ଏବଂ ଅବତରଣ ବନ୍ଦ
ଛତ୍ରପତି ଶିବାଜୀ ମହାରାଜା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ମୁମ୍ବାଇର ଦୁଇଟି ରନୱେ ଅସ୍ଥାୟୀ ରୂପେ ବନ୍ଦ ରହିବ । ତେଣୁ ଆଜି ୬ ଘଣ୍ଟା ପାଇଁ କୌଣସି ବିମାନ ଉଡାଣ ଭରିବ ନାହିଁ କି ଅବତରଣ କରିବ ନାହିଁ ।
ବିମାନ ଯାତ୍ରୀଙ୍କ ପାଇଁ ବଡ ଖବର । ଛତ୍ରପତି ଶିବାଜୀ ମହାରାଜା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ମୁମ୍ବାଇର ଦୁଇଟି ରନୱେ ଅସ୍ଥାୟୀ ରୂପେ ବନ୍ଦ ରହିବ । ତେଣୁ ଆଜି ୬ ଘଣ୍ଟା ପାଇଁ କୌଣସି ବିମାନ ଉଡାଣ ଭରିବ ନାହିଁ କି ଅବତରଣ କରିବ ନାହିଁ । ଏୟାରପୋର୍ଟର ଦୁଇଟି ରନୱେରେ ମରାମତି କାର୍ଯ୍ୟ କରାଯିବ । ଯାହା ପାଇଁ ୧୭ ଅକ୍ଟୋବର ୧୧ ଟାରୁ ସନ୍ଧ୍ୟା ୫ଟା ଯାଏଁ କୌଣସି ବିମାନ ଉଡାଣ ଚଳାଚଳ କରିବ ନାହିଁ ।
ଏୟାରପୋର୍ଟ ସଂଚାଳନ ଏକ ବୟାନ ଜାରି କହିଛି, ଛତ୍ରପତି ଶିବାଜୀ ମହାରାଜା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ(CSMIA) ମନସୁନ୍ ପରେ ରନୱେ ପୁନଃରୁଦ୍ଧାର ଯୋଜନାରେ ଦୁଇଟି ରନୱେ ଆରଡବ୍ଲ୍ୟୁଓ୍ଵାଇ ୦୯/୨୭ ଏବଂ ଆରଡବ୍ଲ୍ୟୁଓ୍ଵାଇ ୧୪/୩୨ରେ ଅକ୍ଟୋବର ୧୭ ତାରିଖରେ ୧୧ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅସ୍ଥାନୀୟ ଭାବେ ବନ୍ଦ ରହିବ । ଏହି ରନୱେରୁ କୌଣସି ପ୍ରକାର ବିମାନ ଉଡାଣ ଭରିବ ନାହିଁ କି ଅବତରଣ କରିବ ନାହିଁ । ତେଣୁ ଯାତ୍ରୀଙ୍କ ଠାରୁ ସହଯୋଗ ଏବଂ ସମର୍ଥନ ଆଶା କରୁଛୁ ।
ଏହି ବିଷୟରେ ୬ ମାସ ପୂର୍ବରୁ ସମସ୍ତ ଏୟାରଲାଇନ୍ସ ଏବଂ ଅନ୍ୟମାନଙ୍କୁ ନୋଟିସ ଜାରି କରାଯାଇଥିଲା । ମୁମ୍ବାଇ ଏୟାରପୋର୍ଟରେ ଦିନକୁ ୯୦୦ରୁ ଅଧିକ ବିମାନ ସଂଚାଳନ ହୋଇଥାଏ ।