ଗୁଜରାଟ ଡ୍ରଗ୍ସ ଫ୍ୟାକ୍ଟୋରୀ ଉପରେ ଚଢ଼ାଉ, ୧୦୨୬ କୋଟି ଟଙ୍କାର ଡ୍ରଗ୍ସ ଜବତ, ୭ ଗିରଫ

ମୁମ୍ବାଇ : ମୁମ୍ବାଇ ଆଣ୍ଟି ନାରକୋଟି ସେଲ (ଏଏନ୍‌ସି) ଗୁଜରାଟର ଏକ ଫ୍ୟାକ୍ଟୋରୀ ଉପରେ ଚଢ଼ଉ କରି ପ୍ରାୟ ୧୦୨୬ କୋଟିର ଡ୍ରଗ୍ସ ଜବତ କରିଛନ୍ତି । ଏଥିରେ ସଂପୃକ୍ତ ୭ ଜଣଙ୍କୁ ଗିରଫ କରାଯାଇଛି । ଏକ ଗୁଇନ୍ଦା ସୂଚନା ଅନୁଯାୟୀ ଏଏନସିର ଅଧିକାରୀମାନେ ଗୁଜୁରାଟ ଭରୁଚ ଜିଲ୍ଳାର ଅଙ୍କଲେଶ୍ୱର ଅଂଚଳରେ ଥିବା ଏକ ଫ୍ୟାକ୍ଟୋରୀ ଉପରେ ଚଢ଼ଉ କରିଥିଲେ ।

ଫଳରେ ଏଠାରୁ ୫୨୩ କେଜି ଏମଡି ଡ୍ରଗ୍ସ ଜବତ କରିଥିଲେ । ଯାହାର ମୂଲ୍ୟ ପ୍ରାୟ ୧୦୨୬ କୋଟି ଟଙ୍କା ହେବ ବୋଲି ଏଏନ୍‌ସି ଅଧିକାରୀମାନେ ପ୍ରକାଶ କରିଛନ୍ତି ।ଏଥିରେ ସଂପୃକ୍ତ ୭ ଜଣଙ୍କୁ ଗିରଫ କରାଯାଇଛି । ପ୍ରକାଶଯୋଗ୍ୟ ଯେ ଏମଡି ଡ୍ରଗ୍ସକୁ ‘ମେଫେଡ୍ରୋନ’ ବା ‘ମ୍ୟାଉ ମ୍ୟାଉ’ ମଧ୍ୟ କୁହା ଯାଇଥାଏ ।

ଏହା ପୂର୍ବରୁ ଗତ ବୁଧବାର ମୁମ୍ବଇ ପୋଲିସ ପାଳଘର ଜିଲ୍ଳାର ନାଲାସୋପାରାରୁ ଏକ ଔଷଧ ପ୍ରସ୍ତୁତି କରୁଥିବା ଫାକ୍ଟୋରୀରୁ ୧୪୦୩ କୋଟି ଟଙ୍କା ମୂଲ୍ୟର ପ୍ରାୟ ୭୦୧.୭୪ କିଲୋ ଡ୍ରଗ୍ସ ଜବତ କରିଥିଲେ । ଏଥିରେ ସଂପୃକ୍ତ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।

ଏହି ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଜଣେ ଅର୍ଗାନିକ କେମେଷ୍ଟ୍ରିରେ ଏମଏ ପାଶ କରିଥିବା ବ୍ୟକ୍ତି ବୋଲି ଜଣାପଡିଥିଲେ । ଏହି ବ୍ୟକ୍ତି ଜଣକ ମେଫେଡ୍ରୋନ ଡ୍ରଗ୍ସ ତିଆରି କରୁଥିବା ତରିକା ଜାଣିଥିଲା ଓ ଏହାର କଳା କାରବାର ଆରମ୍ଭ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.