ଭାରତ ଆସିବାକୁ ଭୟ କରୁଛି ୨୬/୧୧ ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତହୱୁର ରାଣା, କୋର୍ଟରେ କରିଛି ଆବେଦନ

୨୬/୧୧ ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତହୱୁର ରାଣା ଭାରତ ଆସିବାକୁ ଭୟ କରୁଛି । ଭାରତ ଆସିବାକୁ ପ୍ରତ୍ୟର୍ପଣ ଏଡାଇବା ପାଇଁ କୋର୍ଟରେ ଆବେଦନ କରିଛି ଅଭିଯୁକ୍ତ । ରାଣା ଆମେରିକାର ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରି ତା’ର ପ୍ରତ୍ୟର୍ପଣ ଉପରେ ଜରୁରୀକାଳୀନ ରହିତାଦେଶ ଲଗାଇବାକୁ ଅନୁରୋଧ କରିଛି ।
ଆମେରିକା ସୁପ୍ରିମକୋର୍ଟରେ ତହୱୁର ରାଣାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନରେ ଲେଖାଯାଇଛି ଯେ, ଯଦି ମୋତେ ଭାରତକୁ ପ୍ରତ୍ୟର୍ପଣ କରାଯାଏ, ତେବେ ବହୁତ ହଇରାଣ କରାଯିବ । ମୁଁ ଭାରତରେ ଅଧିକ ଦିନ ବଞ୍ଚି ପାରିବି ନାହିଁ । ପାକିସ୍ତାନୀ ମୁସଲମାନ ହୋଇଥିବାରୁ ମୋତେ ଭାରତରେ ବହୁତ ନିର୍ଯାତନା ଦିଆଯିବ । ଏହାସହିତ ମୁଁ ପାକିସ୍ତାନୀ ସେନାର ସଦସ୍ୟ ଥିଲି ।
26/11 accused Tahawwur Rana claims health risks, torture if extradited to India, appeals US court for stay
Read @ANI Story | https://t.co/13LOTbLzG2#TahawwurRana #MumbaiAttacks #2611Attacks pic.twitter.com/of5E7tiUR2
— ANI Digital (@ani_digital) March 6, 2025
ହ୍ୟୁମାନ୍ ରାଇଟ୍ସ ୱାଚ୍ ୨୦୨୩ ୱାର୍ଲ୍ଡ ରିପୋର୍ଟରେ କୁହାଯାଇଛି ଯେ, ଭାରତର ବିଜେପି ସରକାର ମୁସଲମାନମାନଙ୍କ ପ୍ରତି ଭେଦଭାବ କରୁଛି । ମୋତେ ଭାରତ ସରକାରଙ୍କୁ ହସ୍ତାନ୍ତର କଲେ ମୁଁ ନିର୍ଯାତନାର ଶିକାର ହେବି। ମୁଁ ଅନେକ ପ୍ରକାରର ରୋଗରେ ପୀଡିତ । ଭାରତରେ ବହୁତ ହଇରାଣ କରାଯିବ । ମୁଁ ଭାରତରେ ଅଧିକ ଦିନ ବଞ୍ଚି ପାରିବି ନାହିଁ ।
ଉଲ୍ଲେଖଯୋଗ୍ୟ, ତହୱୁର ରାଣା ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲା । ଆର୍ମି ମେଡିକାଲ କଲେଜରେ ପାଠପଢ଼ିବା ପରେ ୧୦ ବର୍ଷ ଧରି ପାକିସ୍ତାନ ସେନାରେ ଡାକ୍ତର ଭାବରେ କାର୍ଯ୍ୟ କରିଥିଲା । କିନ୍ତୁ ତହୱୁର ରାଣାକୁ ତା’ର କାମ ପସନ୍ଦ ଆସିନଥିବାରୁ ସେ ଏହି ଚାକିରି ଛାଡିଦେଇଥିଲା । ୨୦୦୬ ରୁ ନଭେମ୍ବର ୨୦୦୮ ପର୍ଯ୍ୟନ୍ତ, ତହୱୁର ରାଣା ପାକିସ୍ତାନରେ ଡେଭିଡ ହେଡଲି ଏବଂ ଅନ୍ୟମାନଙ୍କ ସହିତ ମିଶି ଭାରତ ଉପରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରିଥିଲା । ଆକ୍ରମଣ ପରେ ସେ ବିଦେଶ ଚାଲିଯାଇଥିଲା । ଏବେ ତହୱୁର କାନାଡର ନାଗରିକ । ଏହାପୂର୍ବରୁ ଚିକାଗୋର ନାଗରିକ ମଧ୍ୟ ରହିସାରିଛି ।
Also Read : ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଲଣ୍ଡନରେ ଆକ୍ରମଣ ଉଦ୍ୟମ, ଗାଡ଼ି ଆଗକୁ ଚାଲିଆସିଲେ ଖଲିସ୍ତାନୀ