ବେଳାଭୂମୀରେ ମହିଳାଙ୍କ ସହ ଘଟିଲା ଏମିତି ଘଟଣା, ଅଟୋ ଚାଳକକୁ ଗିରଫ କଲା ପୋଲିସ

ମୁମ୍ବାଇରେ ଗୁରଗାଁଓରେ ଘଟିଯାଇଛି ହୃଦୟକୁ ଦୋହଲାଇ ଦେବା ଭଳି ଏକ ଘଟଣା । ଏକ ସ୍ଥାନୀୟ ବେଳାଭୂମୀ ନିକଟରେ ଜଣେ ଯୁବତୀ କାନ୍ଦୁଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ପଚରାଉଚରା କରିଥିଲା । ଏହା ପରେ ଏମିତି ଘଟଣା ସାମ୍ନାକୁ ଆସିଲା, ଯାହାକୁ ଶୁଣିବା ପରେ ଚକିତ ହୋଇଯାଇଥିଲା ପୋଲିସ ।
ସାଧାରଣତଃ ବେଳାଭୂମୀ ହେଉଛି ଏକ ଜନଗହଳି ପୂର୍ଣ୍ଣ ସ୍ଥାନ । ଏହି ଜନଗହଳି ସ୍ଥାନରେ ଏଭଳି ଏକ ଘଟଣା ଘଟିବା ଅସମ୍ଭବ ଲାଗୁଥିଲେ ବି, ୨୦ ବର୍ଷୀୟା ଯୁବତୀଙ୍କ କହିବା ଅନୁଯାୟୀ, ଉକ୍ତ ବେଳାଭୂମୀରେ ଏକ ଅଟୋ ଚାଳକ ତାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କ ଗୁପ୍ତାଙ୍ଗରେ ବ୍ଲେଡ୍ ଓ ପଥର ଭର୍ତ୍ତି କରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା । ତେବେ ଏଭଳି ଏକ ସାଙ୍ଘାତିକ ଅଭିଯୋଗ ପରେ ଉକ୍ତ ଅଟୋ ଚାଳକକୁ ଗିରଫ କରିବାରେ ସଫଳ ହୋଇଛି ମୁମ୍ବାଇ ପୋଲିସ ।
ସୂଚନା ଅନୁଯାୟୀ, ଯୁବତୀ ଜଣଙ୍କ ପୋଲିସଙ୍କୁ କହିଥିଲେ କି, ତାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କ ପ୍ରାଇଭେଟ ପାର୍ଟରେ ବ୍ଲେଡ ଓ ଅନ୍ୟାନ୍ୟ ସାମଗ୍ରୀ ଭର୍ତି କରାଯାଇଥିଲା । କିନ୍ତୁ ସବୁଠାରୁ ବଡ କଥା ହେଲା ଯେ, ଯାଞ୍ଚ ପରେ ପୋଲିସ୍ ଜାଣିବାକୁ ପାଇଥିଲା କି, ଯୁବତୀ ଜଣଙ୍କ ମିଛ କହୁଛନ୍ତି । ତାଙ୍କ ସହ ଦୁଷ୍କର୍ମ ହୋଇଛି କିନ୍ତୁ ଏଭଳି ଆପତ୍ତିଜନକ ସାମଗ୍ରୀ ଭର୍ତ୍ତି କରାଯାଇନାହିଁ ବରଂ ଯୁବତୀ ଜଣକ ନିଜେ ଏଭଳି କରିଛନ୍ତି ।
ପୋଲିସ୍ ପ୍ରାଥମିକ ତଦନ୍ତ କରି ଜାଣିବାକୁ ପାଇଛି ଅଟୋ ଡ୍ରାଇଭର ଜଣକ ବେଳାଭୂମୀରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ । ପରେ ଯୁବତୀ ଜଣକ ରେଳ ଷ୍ଟେସନକୁ ଯାଇ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରି ଅଭିଯୋଗ ଦାଖଲ କରିଥିଲେ ଯେ ଅଟୋ ଡ୍ରାଇଭର ତାଙ୍କ ସହ ଖରାପ ବ୍ୟବହାର କରିଛନ୍ତି ।
ଏହାପରେ ଯୁବତୀଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଏକ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କ ପ୍ରାଇଭେଟ ପାର୍ଟରେ ବ୍ଲେଡ୍ ଏବଂ ପଥର ସମେତ ବିଭିନ୍ନ ଜିନିଷଗୁଡ଼ିକୁ ବାହାର କରାଯାଇଥିଲା । ଯାହାକୁ ଡାକ୍ତରମାନେ ସଫଳତାର ସହ ବାହାର କରିଥିଲେ । ତେବେ ଯାହା ସୂଚନା ମିଳିଛି ଯୁବତୀଙ୍କ ସହ ଦୁଷ୍କର୍ମ ହେବା ପରେ ସେ ଡରିଯାଇଥିଲେ । ତାଙ୍କର ଘରକୁ ଫେରିବାକୁ ଡେରି ହୋଇଯାଇଥିଲା । ଯାହା ଫଳରେ ସେ ଏଭଳି କାଣ୍ଡ ଘଟାଇଥିଲେ । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
Also read:ଆରଜି କର୍ କଲେଜ୍ ଦୁଷ୍କର୍ମ ଓ ହତ୍ୟା ମାମଲା: କୋର୍ଟଙ୍କ ରାୟରେ ଅସନ୍ତୁଷ୍ଟ ମମତା ବାନାର୍ଜୀ