ମୁମ୍ବାଇ: ଭୁଶୁଡିଲା ନିର୍ମାଣାଧିନ ଓଭରବ୍ରିଜ, ୨୧ ଆହତ

ମହାରାଷ୍ଟ୍ର ମୁମ୍ବାଇ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ ଅଞ୍ଚଳରେ ନିର୍ମାଣାଧିନ ଓଭର ବ୍ରିଜର ଏକ ବଡ ଅଂଶ ଭାଙ୍ଗି ପଡିଛି । ଏହି ଅଘଟଣରେ ୨୧ ଜଣ ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି । ସମସ୍ତ ଗୁରୁତରଙ୍କୁ ବିଏନ ଦେଶାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଏଏନଆଇ ଅନୁସାରେ, ମୁମ୍ବାଇ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଏହି ଓଭରବ୍ରିଜ୍ ତିଆରି ହେଉଥିଲା । ଶୁକ୍ରବାର ଭୋର୍ ୪ଟା୩୦ରେ ଏହାର ଏକ ଅଂଶ ଭାଙ୍ଗି ଯାଇଥିଲା । ସେଠାରେ କାମ କରୁଥିବା ୨୧ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ତେବେ କେହି ନିଖୋଜ ନଥିବା ସୂଚନା ମିଳିଛି । କାହାର ପ୍ରାଣହାନୀ ହୋଇନଥିବା ଖବର ମଧ୍ୟ ମିଳିଛି। ବ୍ରିଜ କେମିତି ଭାଙ୍ଗିଲା ଓ କେଉଁ କାରଣରୁ ଭାଙ୍ଗିଗଲା ସେନେଇ ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.