ଦେଶ ବିଦେଶ

ବାହାରିବାକୁ ଯାଉଛି ମହାମାରୀ କରୋନା ଭାଇରସର ମେଡ଼ିସିନ ! ମୁମ୍ବାଇର ଏହି କମ୍ପାନୀ ଯୁଦ୍ଧ କାଳୀନ ଭିତ୍ତିରେ ଚଳାଇଛି ଚେଷ୍ଟା

ଚୀନରୁ ଆରମ୍ଭ କରି ୟୁରୋପ ପର୍ଯ୍ୟନ୍ତ ସବୁଠି କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି । ଆମ ଦେଶ ଭାରତର ଅବସ୍ଥା ବି ଜଟିଳ ସ୍ଥିତିରେ ଅଛି । ଏବେ ଲୋକଙ୍କ ମନରେ ସବୁଠୁ ବଡ ପ୍ରଶ୍ନ ଆମକୁ କଣ କରୋନାର ଔଷଧ ମିଳିପାରିବ ? ଆମେ କଣ କରୋନା ଭ୍ୟାକସିନ ଆବିଷ୍କାର କରିବାରେ ସଫଳ ହେବୁ ? ଏଭିତରେ ମୁମ୍ବାଇ ସ୍ଥିତ ସୁପରଯେନେରୀକ୍ସ ନାମକ ଏକ କମ୍ପାନୀ ଏହି ମାରାତ୍ମକ ଭାଇରସର ଔଷଧ ବାହାର କରିବାକୁ ଚେଷ୍ଟା ଚଳାଇଛନ୍ତି । କମ୍ପାନୀ ତରଫରୁ ଆହୁରି ମଧ୍ୟ କୁହାଯାଇଛିଯେ, ସେମାନେ ଇନଷ୍ଟିଟ୍ୟୁଟ ଅଫ କେମିକାଲ ଟେକ୍ନୋଲୋଜି ସହ ମିଶି ଆଣ୍ଟି ଭାଇରାଲ ଡ୍ରଗ ପ୍ରସ୍ତୁତ କରିବା ନେଇ ନିଷ୍ପତ୍ତି ନେଇଛନ୍ତି ।

ଯାହାକୁ କୋଭିଡ-୧୯ ପୀଡିତ ମାନଙ୍କ ଉପରେ ସିଧାସଳଖ ପରୀକ୍ଷଣ କରାଯାଇପାରିବ । ଏକ ଇଂରାଜୀ ସମ୍ବାଦ ପତ୍ରର ସୂଚନା ଅନୁଯାୟୀ, ବିଶ୍ୱର ଏହା ପ୍ରଥମ କମ୍ପାନୀ ଭାବେ ହିଁ ଔଷଧ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା ଚଳାଇଛି । ସରକାରଙ୍କ ତରଫରୁ ମଞ୍ଜୁରୀ ମିଳିବା ପରେ କିଛି ମାସ ଭିତରେ ହିଁ ଏଦିଗରେ ଶୀଘ୍ର କାମ ଆରମ୍ଭ କରାଯିବ ବୋଲି କମ୍ପାନୀ ତରଫରୁ ସ୍ପଷ୍ଟ କରାଯାଇଛି । ଫାବି ପୀରଭିର ନାମକ ଏହି ଔଷଧକୁ ଜାପାନର ଏକ କମ୍ପାନୀ ହିଁ ପ୍ରଥମେ ପ୍ରସ୍ତୁତ କରିଥିବା ଜଣାଯାଇଛି । ସବୁଠୁ ଜରୁରୀ ହେଉଛି ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ ବି ଏହି ଔଷଧକୁ ନିଜ ଲିଷ୍ଟରେ ସାମିଲ କରିଛି । ଲାସା କମ୍ପାନୀ

ଚେୟାରମ୍ୟାନ ଓଁକାରଙ୍କ ଅନୁଯାୟୀ ଏହା ଏକ ଜେନେରିକ ଔଷଧ ଓ ଆମେ ଏହାର ପ୍ରଭାବକୁ ଅଧିକ ରୁ ଅଧିକ ଜାଣିବା ପାଇଁ ଚେଷ୍ଟା ଚଳାଇଛୁ । ଏହି ମାରାତ୍ମକ ରୋଗରେ ଏଯାବତ ୨ ଲକ୍ଷ ପାଖାପାଖି ଆକ୍ରାନ୍ତ ହୋଇସାରିଥିବ ବେଳେ ୧୦ ହଜାରରୁ ଅଧିକଙ୍କର ମୃତ୍ୟୁ ହୋଇସାରିଲାଣି । କେବଳ ଭାରତରେ ହିଁ ୨୧୯ ମାମଲା ସାମ୍ନାକୁ ଆସି ଥିବା ୧୯ ଜଣ ସୁସ୍ଥ ହୋଇଗଲେଣି । ଏଯାବତ କରୋନା ସଂକ୍ରମଣ ନେଇ କୌଣସି ଔଷଧ ବାହାରିନଥିବା ବେଳେ ଡାକ୍ତର ମାନେ କେତେ ଗୁଡିଏ ଆଣ୍ଟି ଭାଇରାଲ ଔଷଧ କମ୍ବିନେସନରେ ଚିକିତ୍ସା ଚଳାଇଛନ୍ତି ।

 

KNews Bureau

Recent Posts

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

3 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

6 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

18 mins ago

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

37 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

40 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

47 mins ago