ଅର୍ଥ ଅଭାବରୁ ସେକ୍ସ ର‌୍ୟାକେଟରେ ପେଟ ପୋଷୁଥିଲେ ୨ ବଲିଉଡ଼ ଅଭିନେତ୍ରୀ, ଶେଷରେ ହେଲେ ଗିରଫ

ମୁମ୍ବାଇ(କେନ୍ୟୁଜ): ମୁମ୍ବାଇର ଥାନେ ସହରରେ ହାଇ ପ୍ରୋଫାଇଲ ସେକ୍ସ ର‌୍ୟାକେଟର ପର୍ଦାଫାଶ ହୋଇଛି । କ୍ରାଇମବାଞ୍ଚ ଟିମ ପକ୍ଷରୁ ଏହି ର‌୍ୟାକେଟକୁ ଧରାଯାଇଛି। ଏହି ର‌୍ୟାକେଟରେ ବଲିଉଡ଼ର ୨ ଅଭିନେତ୍ରୀ ସମତେ ୫ଜଣଙ୍କୁ ଗିରଫ କରାଯାଇଛି । ଏମାନେ ବଡ ଏଜେଣ୍ଟ ସହ ମିଶିଥିବାର ସୂଚନା ପୋଲିସ ପାଇଥିଲା । ଏହାପରେ ଉକ୍ତ ସ୍ଥାନରେ ପହଞ୍ଚି ପୋଲିସ ଏମାନଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ପ୍ରଥମେ ଜଣେ ପୋଲିସ କର୍ମଚାରୀ ନକଲି ଗ୍ରାହକ ସାଜି ଯୁବତୀଙ୍କ ପାଖକୁ ଯାଇଥିଲା । ପରେ ସେମାନେ ୨ ଲକ୍ଷ ଟଙ୍କାର ଡିମାଣ୍ଡ ରଖିଥିଲେ । ପରେ ୧ ଲକ୍ଷ ୮୦ ହଜାର ଟଙ୍କାରେ ରାଜି ହୋଇଯାଇଥିଲେ । ଏହିସମୟରେ ପୋଲିସ ତାଙ୍କୁ ଧରିଥିଲା ।

ରିପୋର୍ଟ ଅନୁଯାୟୀ, ଏହି ୨ଜଣ ଅଭିନେତ୍ରୀ ନୂଆ ଭାବେ ବଲିଉଡ଼କୁ ଏଣ୍ଟ୍ରି କରିଛନ୍ତି । ୨ଜଣ ବଲିଉଡ଼ରେ ୪ରୁ ୫ଟି ଫିଲ୍ମରେ ସାଇଡ ଆକ୍ଟ୍ରେସ ରୂପେ ରୋଲ କରିଥିଲେ । ଏହା ବ୍ୟତିତ ସେମାନେ ତାମିଲ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଟିଭି ସିରିଏଲରେ ସେମାନେ ଅଭିନୟ ମାଧ୍ୟମରେ ସାମ୍ନାକୁ ଆସିଥିଲେ । ଖବର ମୁତାବିକ, ଲକଡାଉନ ପାଇଁ ଦୁହିଁଙ୍କ ପାଖରେ କୌଣସି କାମ ନଥିଲା । ଅର୍ଥ ଅଭାବ କାରଣରୁ ସେମାନେ ଏହି ଉପାୟ ଆପଣାଇଲେ ।

Leave A Reply

Your email address will not be published.