ମୁମ୍ବାଇର ଚାରିଟି ସ୍ଥାନରେ ବୋମା ରଖାଯାଇଥିବା ନେଇ ଆସିଲା ଫେକ୍ କଲ୍: କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍‌ ଦ୍ବାରା ୨ଅଟକ

ମୁମ୍ବାଇ: ମୁମ୍ବାଇର ଚାରିଟି ସ୍ଥାନରେ ବୋମା ରଖାଯାଇଥିବା ଧମକ । ଗତକାଲି ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଫୋନ କଲ ଆସିଥିଲା । ପୋଲିସ ଓ ବୋମା ସ୍କାଡ ଦ୍ୱାରା ସର୍ଚ୍ଚ ଅପରେସନ କରାଯାଇଥିଲା । ଅନୁସନ୍ଧାନରୁ ଜଣାପଡିଥିଲା ଏହା ଫେକ କଲ । ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍‌ ।

ଫୋନ କଲ ସମ୍ପର୍କରେ ସେମାନଙ୍କୁ ପଚରାଉଚରା କରାଯାଉଛି । ଏହି ଚାରିଟି ସ୍ଥାନ ମଧ୍ୟରେ ରହିଛି CSMT, ବାଇକୁଲ୍ଲା ଷ୍ଟେସନ, ଦାଦର ଷ୍ଟେସନ ଓ ଅଭିନେତା ବିଗ ବି ଅମିତାଭ ବଚ୍ଚନଙ୍କ ବାସଭବନ । ଏହି ଚାରିଟି ସ୍ଥାନରେ ବୋମା ରଖାଯାଇଥିବା ଫୋନ କଲ ଆସିଥିଲା । ଏହା ଜଣାପଡିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.