ମୁମ୍ବାଇ : ଗେଟୱେ ଅଫ୍ ଇଣ୍ଡିଆ ଉପକୂଳରେ ଓଲଟିଲା ଡଙ୍ଗା, ୧୩ ମୃତ, ୩୬ ଉଦ୍ଧାର
ମୁମ୍ବାଇ ଗେଟୱେ ଅଫ ଇଣ୍ଡିଆରୁ ଏଲିଫାଣ୍ଟା ଯାଉଥିବା ଡଙ୍ଗା ଓଲଟିଲା । ଡଙ୍ଗାରେ 101 ରୁ ଉର୍ଦ୍ଧ୍ଵ ଯାତ୍ରୀ ଥିଲେ । ୪୦ ଜଣ ନିଖୋଜ ରହିଥିବା ବେଳେ 36 ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାଯାଇଛି । ଦୁର୍ଘଟଣାରେ 3 ନୌ କର୍ମଚାରୀଙ୍କ ସମେତ 13 ଜୀବନ ଚାଲିଯାଇଥିବା ସୂଚନା ମିଳିଛି । ନୌ କର୍ମଚାରୀଙ୍କ ବୋଟ ଇଂଜିନର ସ୍ପିଡ଼ ପରୀକ୍ଷା କରୁଥିବା ବେଳେ ବୋଟ ସହ ଦୁର୍ଘଟଣା ଘଟିଥିଲା ।
ଖବର ମୁତାବକ, ମୁମ୍ବାଇର ଗେଟୱେ ଅଫ ଇଣ୍ଡିଆରୁ ଏଲିଫାଣ୍ଟା ଆଇଲାଣ୍ଡ ଯାଉଥିବା ଯାତ୍ରୀ ଡଙ୍ଗା ନୌ କର୍ମଚାରୀଙ୍କ ବୋଟ ସହ ଦୁର୍ଘଟଣା ଘଟି ପାଣିରେ ହଠାତ୍ ଓଲଟି ପଡିଥିଲା । ଡଙ୍ଗା ଓଲଟି ପଡିବାର ଯାତ୍ରୀମାନେ ବୁଡି ଯାଇଥିଲେ । ଘଟଣା ଅପରାହ୍ନ ୪ଟାରେ ଘଟିଛି । ଦୁର୍ଘଟଣାରେ 3 ନୌ କର୍ମଚାରୀଙ୍କ ସମେତ 13 ଜୀବନ ଚାଲିଯାଇଥିବା ସୂଚନା ମିଳିଛି । ମହାରାଷ୍ଟ୍ର ସରକାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ ରୁ ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ।
The boat traveling from Mumbai’s Gateway of India to Elephanta Caves is sinking in the water. Many passengers are on board, and people in nearby boats are attempting to rescue them. The cause of the accident is yet to be determined. pic.twitter.com/6zyQzYEij9
— Siddhant Anand (@JournoSiddhant) December 18, 2024
ଓଲଟି ପଡିଥିବା ଡଙ୍ଗାର ନାମ ନୀଳକମଳ ଥିଲା । ଘଟଣା ସ୍ଥଳରେ ତଟ ରକ୍ଷକ ବଳ ଏବଂ ମେରାଇନ ପୋଲିସ ମିଶି ଉଦ୍ଧାର କାମ ଜାରି ରଖିଛି । ଏହାଛଡା ୪ଟି ହେଲିକପ୍ଟର ଉଦ୍ଧାର କାମରେ ନିୟୋଜିତ ରହିଛି ।