ମୁମ୍ବାଇ ଡିସିପି ସୁଧାକର ପଠାରେଙ୍କ କାର୍ ଦୁର୍ଘଟଣାରେ ମୃତ୍ୟୁ, ଟ୍ରେନିଂରେ ଯାଇଥିଲେ ହାଇଦ୍ରାବାଦ

ମୁମ୍ବାଇର ଡେପୁଟି କମିଶନର ସୁଧାକର ପଠାରେଙ୍କ କାର୍ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଟ୍ରେନିଂ ପାଇଁ ହାଇଦ୍ରାବାଦ ଯାଇଥିବା ସମୟରେ ଏପରି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ମୁମ୍ବାଇ ପୋଲିସ ପଠାରେ । ତାଙ୍କ ମୃତ୍ୟୁ ପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଖବରମୁତାବକ, ସୁଧାକର ପଠାରେ ଦର୍ଶନ ପାଇଁ ହାଇଦ୍ରାବାଦର ଏକ ମନ୍ଦିରକୁ ଯାଉଥିଲେ । ଆନ୍ଧ୍ରପ୍ରଦେଶର ଶ୍ରୀଶୖଳମ୍ ନିକଟରେ ପ୍ରାୟ ଦିନ ୧୨ଟା ସମୟରେ ତାଙ୍କ କାରଟିକୁ ଏକ ଲୋକାଲ୍ ବସ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସୁଧାକର ପଠାରେଙ୍କ ସମେତ ତାଙ୍କ ବନ୍ଧୁ ଭଗବତ ଖୋଡେଇଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ହେତୁ ସେମାନଙ୍କ ମୁଣ୍ଡରେ ଏବଂ ଶରୀରରେ ଆଭ୍ୟାନ୍ତରୀଣ ଆଘାତ ଲାଗିଥିଲା । ଘଟଣାସ୍ଥଳରେ ତାଙ୍କର ଦେହାନ୍ତ ହୋଇଥିଲା ।
ଏହି ସମୟରେ ମୁମ୍ବାଇ ପୋଲିସ ପ୍ରେସ୍ ବିଜ୍ଞାପନ ଜରିଆରେ ଶୋକ ପ୍ରକାଶ କରିଛନ୍ତି । ପଠାରେ ଜଣେ କର୍ତ୍ତବ୍ୟ ପରାୟଣ ଅଫିସର ବୋଲି କହିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ, ପଠାରେଙ୍କ ବିୟୋଗ ପୋଲିସ ଡିପାର୍ଟମେଣ୍ଟ ପାଇଁ ବଡ କ୍ଷତି ।
Also Read : ରେୱାଡିର ହିରୋ କମ୍ପାନୀ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ ଘଟଣା, ୭ଜଣ ଆହତ ଥିବାବେଳେ ଜଣେ ନିଖୋଜ