ସାତ କୋଟିର ଜାଲ୍ ନୋଟ ଜବତ କଲା ମୁମ୍ବାଇ ପୋଲିସ୍ କ୍ରାଇମବ୍ରାଞ୍ଚ, ୭ ଗିରଫ
![note](https://knewsodisha.com/wp-content/uploads/2022/01/note.jpg)
ମୁମ୍ବାଇ: ୭ କୋଟିର ଜାଲ୍ ନୋଟ । ନକଲି ୨ ହଜାର ଟଙ୍କିଆ ନୋଟ । ୫୦ ହଜାର କି ଲକ୍ଷେ ନୁହେଁ । ଏକାବେଳେ ୭ କୋଟି ଟଙ୍କାର ନକଲି ନୋଟ ଜବତ କରିଛି ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ । ଏହି ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଛି ।
ଗିରଫ ୭ ଜଣଙ୍କୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ୍ । ଗିରଫ ପରେ ସମସ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଜାନୁଆରୀ ୩୧ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି।