ଦେଶ ବିଦେଶ

ମୁମ୍ବାଇରେ ପ୍ରବଳ ବର୍ଷା: ଅନେକ ଅଞ୍ଚଳ ଜଳାର୍ଣ୍ଣବ, ବଦଳିଲା ଗାଡି ଚଳାଚଳ ରୁଟ୍‌, ଭୂସ୍ଖଳନ ଆଶଙ୍କା ନେଇ ବନ୍ଦ ହେଲା ଅମରନାଥ ଯାତ୍ରା

ଲଗାଣ ବର୍ଷା କାରଣରୁ ଜଳମଗ୍ନ ହୋଇଛି ମୁମ୍ବାଇ। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆସନ୍ତା କିଛି ଦିନ ପାଇଁ ଲଗାଣ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ମୁମ୍ବାଇ ଏବଂ ଥାନେରେ ଲଗାଣ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଅନ୍ଧେରୀ ସବ-ୱେକୁ ବନ୍ଦ କରାଯାଇଛି। ସାୟନ, ବୋରିୱଲି, କାନ୍ଦିୱଲୀର କେତେକ ସ୍ଥାନରେ ବର୍ଷା ପାଣି ଭରି ଯାଇଛି। ଏହାଛଡା ବର୍ଷା ଯୋଗୁଁ ଅମରାନାଥ ଯାତ୍ରାକୁ ମଧ୍ୟ ବନ୍ଦ କରାଯାଇଛି। ଭୂସ୍ଖଳନ ହେବା ଆଶଙ୍କା ନେଇ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ଏହାକୁ ବନ୍ଦ କରିଦିଆଯାଇଛି।

ବର୍ଷା କାରଣରୁ ମୁମ୍ବାଇର ଅବସ୍ଥା ହୋଇଛି ସଙ୍କଟାପନ୍ନ। ଗତକାଲି ଠାରୁ ଆରମ୍ଭ ହୋଇଥିବା ବର୍ଷା କମୁ ନଥିବାରୁ ସ୍ଥାନୀୟ ପ୍ରଶାସନ ଏନଡିଆରଏଫର ୫ଟି ଟିମକୁ ପଠାଇଥିବା ସୂଚନା ମିଳିଛି। ବର୍ଷା ଏବଂ ନଦୀମାନଙ୍କର ଜଳସ୍ଥର ବଢୁଥିବା ସ୍ଥିତିକୁ ନଜର ରଖି ମୁଖ୍ୟମନ୍ତ୍ରୀ ଏକନାଥ ସିଂଧେ ଅଧିକାରୀମାନଙ୍କୁ ପ୍ରସ୍ତୁତ ରହିବା ପାଇଁ କହିଛନ୍ତି। ଗମ୍ଭୀର ସମସ୍ୟାକୁ ଦେଖି କେତେକ ଅଞ୍ଚଳରେ ଏନଡିଆରଏଫ ଟିମ ସଜାଗ ରହିଛି।

ମୁମ୍ବାଇ ବ୍ୟତୀତ ନାଗପୁର, ଚିପଲୁନ, ରତ୍ନଗିରି, ମହାଡ଼,ଏବଂ ରାୟଗଡ଼ରେ ଏନଡିଆରଏଫର ଟିମକୁ ମୁତୟନ କରାଯାଇଛି। ମୁମ୍ବାଇର କେତେକ ଘରେ ମଧ୍ୟ ବର୍ଷା ପାଣି ପଶିଥିବାର ସୂଚନା ମିଳିଛି। ଭୀଷଣ ବର୍ଷା ଯୋଗୁଁ ମୁମ୍ବାଇ ବାସିନ୍ଦା ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଗତକାଲିଠାରୁ ମୁମ୍ବାଇରେ ଲଗାଣ ବର୍ଷା ଲାଗିରହିଛି। ମୁମ୍ବାଇର ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଲଗାତାର ୧୨ ଘଣ୍ଟା ପର୍ଯ୍ୟନ୍ତ କୋଲାବରେ ହୋଇଥିବା ବର୍ଷାର ପରିମାଣ ୬୬.୪ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ସାନ୍ତାକ୍ରୁଜରେ ୪୦.୪ ମିମି ବର୍ଷା ରେକର୍ଡକରାଯାଇଛି। ସେହିପରି ଥାନେ ଏବଂ ନଭି ମୁମ୍ବାଇରେ ମଧ୍ୟ ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago