ମୁମ୍ବାଇରେ ଆଜି ସନ୍ଧ୍ୟା ସୁଦ୍ଧା ହାଇଟାଇଡ୍‌ର ଚେତାବନୀ, ସମୁଦ୍ରରେ ଉଠିବ ୩ ମିଟର ଉଚ୍ଚ ଲହଡ଼ି

ମୁମ୍ବାଇକୁ ମାଡ଼ି ଆସୁଛି ଆଉ ଏକ ବଡ଼ ବିପଦ। କାଲି ରାତି ସାରା ପ୍ରବଳ ବର୍ଷା ପରେ ମୁମ୍ବାଇରେ ଜୁଲାଇ ୧୫ ଅର୍ଥାତ୍‌ ଆଜିଠାରୁ ବର୍ଷା ଓ ହାଇଟାଇଡ୍‌ର ଚେତାବନୀ ଜାରି କରାଯାଇଛି। ମୁମ୍ବାଇରେ ସନ୍ଧ୍ୟା ୭ରେ ହାଇଟାଇଡ୍‌ର ଆଶଙ୍କା ରହିଛି। ପାଣିପାଗ ବିଭାଗ ମୁତାବକ ଏ ଅବସରରେ ସମୁଦ୍ରରେ ୩ ମିଟରରୁ ଅଧିକ ଉଚ୍ଚ ଲହଡ଼ି ଉଠିବା ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ଆଲର୍ଟ ଜାରି କରାଯାଇଛି ଓ ଲୋକଙ୍କୁ ସମୁଦ୍ରରୁ ଦୂରକୁ ଯିବାକୁ ପରାମର୍ଶ ଦିଆଯାଇଛି।

ମୁମ୍ବାଇର ମୁଷଳଧାରାରେ ବର୍ଷା ହେବା ଯୋଗୁ ସବୁଆଡ଼େ ଜଳ ମଗ୍ନ ହୋଇଯାଇଛି। ଫଳରେ ଲୋକମାନେ ଯାତାୟାତ କରିବା ବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

Rainbow at Gateway of India as heavy rains continues in Mumbai ...

ସନ୍ଧ୍ୟା ୭ଟାରେ ହାଇଟାଇଡ୍‌ ଆସୁଥିବା ନେଇ ଚେତାବନୀ ଦିଆଯାଇଛି। କେତେକ ସ୍ଥାନରେ ସକାଳୁ ବର୍ଷା ଜାରି ରହିଛି। ମୁମ୍ବାଇ ସମେତ ମହାରାଷ୍ଟ୍ରର କେତେକ ସ୍ଥାନରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ଆଉ କେତେକ ସ୍ଥାନରେ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.