ମୁମ୍ବାଇ ସିରିଜ ବ୍ଲାଷ୍ଟର ମାଷ୍ଟର ମାଇଣ୍ଡ ଗିରଫ, ୨୯ ବର୍ଷ ପରେ ଅବୁ ବକରକୁ ଦୁବାଇରୁ କାବୁ କରିଛି ଭାରତୀୟ ଏଜେନ୍ସି

ମୁମ୍ବାଇ: ମୁମ୍ବାଇ ସିରିଜ ବ୍ଲାଷ୍ଟର ମାଷ୍ଟର ମାଇଣ୍ଡ ଗିରଫ । ୨୯ ବର୍ଷ ପରେ ମୋଷ୍ଟ ଓ୍ଵାଣ୍ଟେଡ ଆତଙ୍କବାଦୀ ଅବୁ ବକରକୁ ଦୁବାଇରୁ କାବୁ କରିଛି ଭାରତୀୟ ଏଜେନ୍ସି । ଖୁବଶୀଘ୍ର ଅବୁ ବକର୍‌କୁ UAEରୁ ଭାରତ ଅଣାଯିବ । ଅବୁ ବକର୍‌ ହେଉଛି ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମର ଅତ୍ୟନ୍ତ ନିକଟତର । ପିଓକରେ ଆତଙ୍କୀ ତାଲିମ ନେବା ସହ ସେଠାରେ ସେ ଟ୍ରେନିଂ କ୍ୟାମ୍ପ ଚଳାଉଥିଲା । ଅବୁ ବକର ମୁମ୍ବାଇ ବିସ୍ଫୋରଣ ପାଇଁ ବ୍ୟବହୃତ ଆରଡିଏକ୍ସ ଯୋଗାଣ କରିଥିଲା । ଏଥିସହ ଦାଉଦ ସହ ମିଶି ଦୁବାଇ ସ୍ଥିତ ଘରେ ହମଲାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା ।

ଅବୁ ପାକିସ୍ତାନ ଓ ୟୁଏଇରେ ଲୁଚିଥିବା ଖବର ମିଳିବା ପରେ ତାକୁ ଧରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । ଏଥିରେ ୟୁଏଇର ସୁରକ୍ଷା ଏଜେନ୍ସି ମଧ୍ୟ ସାମିଲ ଥିଲେ । ଦୁଇ ଦେଶର ମିଳିତ ପ୍ରୟାସରେ ଅବୁ ବକରକୁ ଗତକାଲି ଗିରଫ କରାଯାଇଛି । ୧୯୯୩ ମସିହା ମାର୍ଚ୍ଚ ୧୨ରେ ମୁମ୍ବାଇର ୧୨ଟି ସ୍ଥାନରେ ସରିୟଲ ବ୍ଲାଷ୍ଟ ହୋଇଥିଲା । ପ୍ରଥମ ବିସ୍ଫୋରଣ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ବିଲଡିଂ ବାହାରେ ଘଟିଥିଲା । ବିସ୍ଫୋରଣ ବେଳେ ବିଲ୍ଡିଂରେ ୨ ହଜାରରୁ ଅଧିକ ଲୋକ ଥିଲେ । ପ୍ରଥମ ବିସ୍ଫୋରଣର ୪୫ ମିନିଟ୍‌ ପରେ ଏୟାର ଇଣ୍ଡିଆ ବିଲ୍ଡିଂର ପାର୍କିଂରେ ଦ୍ୱିତୀୟ ବିସ୍ଫୋରଣ ହୋଇଥିଲା । ଏଥିରେ ୨୫୭ ଜଣଙ୍କ ମୃତ୍ୟୁ ହୋଇଥିଲା । ୭୧୩ ଜଣ ଆହତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.