ଇଟାଭାଟିରେ କାମ କରୁଥିବା ମୁନ୍ନାବତୀ ହେଲେ ବିଶ୍ବବିଦ୍ୟାଳୟ ଟପ୍ପର, ଏବେ ପିଲାଙ୍କୁ ଦେବେ ଶିକ୍ଷା

ଯଦି ଜଣେ ଇଚ୍ଛା କରିବ ଏବଂ ନିଜର ଇଚ୍ଛା ପୂରଣ କରିବାକୁ ନିଷ୍ଠାର ସହିତ କାମ କରିବ ତେବେତାର ସ୍ବପ୍ନ ନିଶ୍ଚୟ ପୂରଣ ହୋଇଥାଏ । ଏମିତି ଇଚ୍ଛା ଏବଂ ସ୍ବପ୍ନକୁ ପୂରଣ କରିବାରେ ସକ୍ଷମ ହୋଇଛନ୍ତି ଇଟାଭାଟିରେ କାମ କରୁଥିବା ଜଣେ ଯୁବତୀ ମୁନ୍ନାବତୀ। ଝାଡଖଣ୍ଡ ରାଞ୍ଚିର ଡୋଲଇଞ୍ଚା ଗ୍ରାମରେ ରହୁଥିବା ମୁନ୍ନାବତୀ ଇଟାଭାଟିରେ ଦିନ ମଜୁରିଆ ଭାବେ କାମ କରି ମଧ୍ୟ ସଂସ୍କୃତରେ ଏମ୍ଏ କରି ବିଶ୍ବବିଦ୍ୟାଳୟରେ ଟପ୍ପର ହୋଇଛନ୍ତି । ସ୍ବର୍ଣ୍ଣ ପଦକ ମଧ୍ୟ ହାସଲ କରିଛନ୍ତି। କେବଳ ଇଟାଭାଟି ନୁହେଁ ମୁନ୍ନାବତୀ ଅନ୍ୟ କେତେକ ସ୍ଥାନରେ ମଧ୍ୟ ମଜୁରିଆ ଭାବେ କାମ କରୁଥିଲେ। ସଂସ୍କୃତରେ ଏମଏ କରିବା ପରେ ତାଙ୍କୁ ସରକାରୀ ସ୍କୁଲରେ ଯୁକ୍ତ ଦୁଇ ହାଇପୋଷ୍ଟ ଗ୍ରାଜୁଏଟ ଟ୍ରେଡ ଶିକ୍ଷକ ପଦବିରେ ନିଯୁକ୍ତି ଦିଆଯାଇଛି। ଜିଲ୍ଲା ସ୍କୁଲରେ ନଗର ବିକାଶ ମନ୍ତ୍ରୀ ସିପି ସିଂ ମୁନ୍ନାବତୀଙ୍କୁ ନିଯୁକ୍ତି ଭିତ୍ତିକ ଚିଠି ପ୍ରଦାନ କରିଛନ୍ତି।

ଏହାସହ ପଢନ୍ତୁ : ଚନ୍ଦ୍ରକୁ ମାନବ ମିଶନ, ଭାରତ ଆରମ୍ଭ କଲା ଗଗନାୟନ ମିଶନ

ମୁନ୍ନାବତୀ କହିଛନ୍ତି, ’ ମୁଁ ଗରିବ ପରିବାରରୁ ଆସିଥିବାରୁ ମୋତେ ପ୍ରତିଦିନ ମଜୁରିଆ ଭାବେ କାମ କରିବାକୁ ପଡୁଥିଲା। ଏବେ ଶିକ୍ଷୟିତ୍ରୀ ଭାବେ ନିଜର କର୍ତ୍ତବ୍ୟକୁ ସଠିକ ଭାବରେ ତୁଲାଇ ପାରିବି । ପିଜି ଟ୍ରେଡ ଶିକ୍ଷକ ପରୀକ୍ଷାରେ ସଫଳତା ହାସଲ କରି ମୋତେ ମୋ ସଂଘର୍ଷ ଏବଂ ପରିଶ୍ରମର ଫଳ ମିଳିଛି ବୋଲି କହିଛନ୍ତି ମୁନ୍ନାବତୀ। ମୁନ୍ନାବତୀଙ୍କର ଦୁଇ ଜଣ ବଡ ଭଉଣୀ (ବିବାହିତ) ଏବଂ ଜଣେ ଭାଇ ରହିଛନ୍ତି। ଆର୍ଥିକ ସ୍ଥିତି ଭଲ ନଥିବାରୁ ୧୯୯୮ରେ ମୁନ୍ନାବତୀ ଦଶମ ପରୀକ୍ଷାରେ ପାସ୍ କରିବା ପରେ ପାଠପଢା ଛାଡି ଦେଇଥିଲେ। ୨୦୦୫ ପର୍ଯ୍ୟନ୍ତ ପାଠ ଠାରୁ ଦୂରେଇ ରହିଥିଲେ । ତାପରେ ଦିନ ମଜୁରିଆ ଭାବେ କାମ କରୁଥିଲେ । ସେହି ମଜୁରି ପଇସାରୁ ସଞ୍ଚୟ କରି କଲେଜରେ ନାମ ଲେଖାଇଲେ ଏବଂ ସଂସ୍କୃତରେ ସ୍ନାତକ ଡିଗ୍ରୀ ହାସଲ କଲେ। ଏହି ଅବସରରେ ମୁନ୍ନାବତୀଙ୍କ ସମେତ ୫୮୦ ପିଜିଟି ଏବଂ ଟିଜିଟି ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଛି। ମୁନ୍ନାବତୀ ଦେଖାଇ ଦେଇଛନ୍ତି ଯେ ମଣିଷ ନିଜ ଇଚ୍ଛାଶକ୍ତିକୁ ଦୃଢ଼ କଲେ ସବୁ କିଛି ହାସଲ କରି ପାରିବ । 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.