ସୌରଭ ହତ୍ୟାକାଣ୍ଡ : ବାପା ମାଆଙ୍କୁ ଖୋଜୁଛି ସୌରଭ ଓ ମୁସ୍କାନର ଝିଅ ପିହୁ, ଜାଣିନି ମାଆ ମାରି ଦେଇଛି ବାପାକୁ

ଜେଜେ ମାଆକୁ କହୁଛି ନାତୁଣୀ.. ବାପା ତ ଭଗବାନଙ୍କ ପାଖକୁ ଚାଲି ଗଲେ …ମାଆକୁ ପୋଲିସ୍ ଅଙ୍କଲ ନେଇଗଲେ । କେତେବେଳେ ଆସିବେ ବାପା ? ଏ କଥା କହୁଛି ସୌରଭ ଓ ମୁସ୍କାନଙ୍କ ଝିଅ ପିହୁ । କୁନି ଝିଅ ପିହୁ ଏବେ ତାର ଅଜା ଆଈଙ୍କ ପାଖରେ ରହୁଛି । ତେବେ ସବୁବେଳେ ଦେଖୁଛି କି ତାଙ୍କ ଘରକୁ ପୋଲିସ୍ ଆସୁଛନ୍ତି । ତେଣୁ ଆଈକୁ ପଚାରୁଛି ଏମାନେ କାହିଁକି ଆସୁଛନ୍ତି ? କଲିଂବେଲ୍ ବାଜିଲେ ଦୁଆରକୁ ଦୌଡ଼ି ଯାଉଛି କାଳେ ବାପା ମାଆ ଆସିଥିବେ ଭାବି । ହେଲେ ପିହୁ ଜାଣିନି ଯେ ତା ମାଆ ହିଁ ତା ବାପାଙ୍କୁ ନିଜ ହାତରେ ମାରି ଦେଇଛି । ବାପା ତ ଦୁନିଆରେ ଆଉ ନାହାନ୍ତି ମାଆ ଏବେ ଜେଲରେ । ପିହୁକୁ ଭୁଲାଇବା ପାଇଁ ମିଛ କହିବାକୁ ପଡୁଛି ଅଜା ଆଈଙ୍କୁ । ବେଳେ ବେଳେ ପିହୁ ବି ପ୍ରତିକ୍ରିୟା ପ୍ରକାଶ କରି ତୁମେ ମିଛ କହୁଛ ବୋଲି କହୁଛି ।
ଇଏ ହେଉଛି ଉତ୍ତର ପ୍ରଦେଶ ମିରଟରେ ଘଟିଥିବା ସୌରଭ ହତ୍ୟାକାଣ୍ଡର ଆଉ ଏକ ଦିଗ । ନିଜ ପ୍ରେମିକ ସାହିଲ ସହ ମିଶି ମଚ୍ଚାଣ୍ଟ ନେଭିରେ ଚାକିରି କରିଥିବା ସ୍ବାମୀ ସୗରଭଙ୍କୁ ଅତି ନିର୍ମମ ଭାବେରେ ମାରିଥିଲା ପତ୍ନୀ ମୁସ୍କାନ । ଜଣେ ପେସାଦାର ହତ୍ୟାକାରୀ ଭଳି ସ୍ବାମୀକୁ ଅତି ବୀଭତ୍ସ ଭାବେ ମାରି ସାରିବା ପରେ ଖୁବ୍ ମଉଜ କରିଥିଲା । ହେଲେ ପରେ ଧରାପଡ଼ି ପ୍ରେମିକ ସାହିଲ ସହିତ ଏବେ ଜେଲରେ ଅଛି ।
ମୁସ୍କାନ ଯେଭଳି କାଣ୍ଡ କରିଛି ସେଥିରେ ତାକୁ କଠିନରୁ କଠିନ ଦଣ୍ଡ ଦିଆଯାଉ ବୋଲି ତାର ବାପା ମାଆ କହିଛନ୍ତି । ଆହୁରି ମଧ୍ୟ ଯଦି ଦଣ୍ଡ ପାଇ କେବେବି ମୁସ୍କାନ ଘରକୁ ଫେରେ ତେବେ ତାକୁ ଘରେ ପୂରାଇ ଦେବେନି ବୋଲି ମାଆ କହିଛନ୍ତି । ଆହୁରି ମଧ୍ୟ ଆଉ ଟିକେ ବଡ଼ ହେଲେ ସେମାନେ ପିହୁକୁ କେବେବି ତା ମାଆ ବାପାଙ୍କ ବିଷୟରେ କହିବେନି । ଯଦି କହିବେ ତେବେ ବାପା ମାଆ ଦୁର୍ଘଟଣାରେ ଆରପାରିକୁ ଚାଲି ଯାଇଛନ୍ତି ବୋଲି କହିଦେବେ ।
ମାର୍ଚ୍ଚ ୩ ତାରିଖରେ ମୁସ୍କାନ ନିଜ ସ୍ବାମୀ ସୌରଭଙ୍କ ହତ୍ୟା କରିଥିଲା । ଏହାପରେ ପ୍ରେମିକ ସାହିଲ ସହ ହିମାଚଳ ବୁଲିବାକୁ ପଳାଇ ଯାଇଥିଲା । ମାର୍ଚ୍ଚ ୧୭ରେ ମିରଟ୍ ଫେରିବା ପରେ ମାର୍ଚ୍ଚ ୧୮ରେ ସେମାନଙ୍କୁ ପୋଲିସ୍ ଗିରଫ କରିଥିଲା । ଉଭୟ ମୁସ୍କାନ୍ ଓ ସାହିଲ ଡ୍ରଗ୍ ନେବାରେ ଅଭ୍ୟସ୍ତ ଥିବାରୁ ଜେଲ୍ ଭିତରେ ସେମାନଙ୍କ ହାଲତ ଖରାପ ହୋଇ ଗଲାଣି ।
ଶେଷ ଖବର ଅନୁସାରେ ସୌରଭଙ୍କୁ ମାରିବା ପାଇଁ ସବୁ ପ୍ଲାନ୍ ନିଜେ କରିଥିଲା ମୁସ୍କାନ୍ । ସାହିଲ ତନ୍ତ୍ରମନ୍ତ୍ର କରୁଥିଲା । ତେଣୁ ସାହିଲର ମୃତ ମାଆ ଜ୍ୟୋତି, ସୌରଭ ଓ ସାହିଲର ଭଉଣୀ ସମୀକ୍ଷାଙ୍କ ନାଁରେ ଜାଲ୍ ସ୍ନାପଚାଟ୍ ଆକାଉଣ୍ଟ ତିଆରି କରିଥିଲା । ମାଆର ସ୍ନାପଚାଟରେ ବୁଝାଇଥିଲା କି ସୌରଭଙ୍କୁ ବଧ ବା ହତ୍ୟା କରି ଦେଲେ ମୋ ଆତ୍ମା ଶାନ୍ତି ପାଇବ ଆଉ ମୁସ୍କାନ ସହ ତୋର ନୂଆ ଜୀବନ ବେଶ୍ ଭଲ ରହିବ । ୨୦୨୪ ନଭେମ୍ବରରୁ ମୁସ୍କାନ ସୌରଭକୁ ମାରିବା ପାଇଁ ପ୍ଲାନ୍ ବନାଇଥିଲା । ଆଉ ସ୍ନାପଚାଟରେ କେତେବେଳେ ମାଆ ଓ ଭଉଣୀ ହୋଇ ତାକୁ କବଜାରେ ରଖିଥିଲା । ପୂରା ନିଜ ବୁଦ୍ଧିରେ ମୁସ୍କାନ୍ ସାହିଲକୁ ବ୍ୟବହାର କରୁଥିଲା ଏହି ହତ୍ୟାକାଣ୍ଡ ପାଇଁ । ପ୍ରେମ ଜାଲରେ ଫସାଇ ଏସବୁ ଚଳାଇଥିଲା । ତେବେ ସାହିଲକୁ ଯେତେଥର ସେସରଭକୁ ହତ୍ୟା କରିବା ପାଇଁ ଉସକାଉ ଥିଲା ସେ ରାଜି ହେଉନଥିଲା । ତେଣୁ ବୁସ୍କାନ୍ ପ୍ଲାନ୍ କରି ତା ଜନ୍ମଦିନରେ ସୌରଭକୁ ହୋଟେଲକୁ ନେଇ ପାର୍ଟି ମନାଇଲା କିନ୍ତୁ ସାହିଲକୁ ଡାକିଲା ନାହିଁ । ସୌରଭ ସହିତ ଖୁବ୍ ଡ୍ୟାନ୍ସ କଲା ମୁସ୍କାନ୍ । ଆଉ ସେହି ଭିଡିଓକୁ ସାହିଲ ନିକଟକୁ ପଠାଇ ଦେଲା । ଏହାକୁ ଦେଖି ସାହିଲ ଖୁବ୍ ରାଗି ଯାଇଥିଲା । ତାପରେ ସେହିଦିନ ହିଁ ସୌରଭକୁ ମାରିବା ପାଇଁ ସ୍ଥିର କଲା । ତେବେ ମୁସ୍କାନ ସେଦିନ କୋଲଡ ଡ୍ରିଙ୍କସରେ ବେହୋସ୍ ଔଷଧ ମିଶାଇଥିଲା କିନ୍ତୁ ସେସରଭ ପିଇଲେ ନାହିଁ । ସେଥିପାଇଁ ଘୁଞ୍ଚିଲା ତାଙ୍କ ହତ୍ୟାର ତାରିଖ । ମାର୍ଚ୍ଚ ୩ରେ ସୌରଭଙ୍କ ଖାଇବାରେ ଔଷଧ ମିଶାଇ ତାଙ୍କୁ ବେହୋସ କରିଦେଲା ମୁସ୍କାନ । ଆଉ ରାତି ଗୋଟାଏ ବେଳେ ସାହିଲକୁ ଘରକୁ ଡକାଇଲା । ରାତି ପ୍ରାୟ ୩ଟା ବେଳେକୁ ସେମାନେ ସୌରଭକୁ ମାରି ସାରି ସାହିଲ ଘରକୁ ଚାଲି ଯାଇଥିଲେ । ସେଠାରେ ତନ୍ତ୍ରମନ୍ତ୍ର କରି ପୁଣି ସୌରଭ ଘରକୁ ଭୋର ସମୟରେ ଫେରି ମରଶରୀରକୁ ଡ୍ରମରେ ପୂରାଇଥିଲେ ।