ଗୁପ୍ତରେ ୪ହଜାର ବୌଦ୍ଧ ମହିଳାଙ୍କ ବନ୍ଧ୍ୟାକରଣ କରିଦେଲେ ଜଣେ ମୁସଲିମ୍‌ ଡାକ୍ତର

ଶ୍ରୀଲଙ୍କା : ୨୧ ଏପ୍ରିଲରେ ହୋଇଥିବା ଆତଙ୍କର ହମଲା ପରେ ଶ୍ରୀଲଙ୍କାରେ ସାମ୍ପ୍ରଦାୟିକ ଉତ୍ତେଜନା ଥମିବାର ନାଁ ଧରୁନି । ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ପଢିଲେ ସଭ୍ୟ ସମାଜର ମୁଣ୍ଡ ନିଶ୍ଚିତ ଭାବରେ ତଳକୁ ହୋଇଯିବ ।

ଖବର ମୂତାବକ ଜଣେ ମୁସଲମାନ୍‌ ଡାକ୍ତର ପ୍ରାୟ ୪ହଜାର ବୌଦ୍ଧ ମହିଳାଙ୍କର ଗୁପ୍ତ ଭାବରେ ବନ୍ଧ୍ୟାକରଣ କରିଦେଇଛନ୍ତି । ଯାହା ଦେଶରେ ଚାଲିଥିବା ସାମ୍ପ୍ରଦାୟିକ ଉତ୍ତେଜନାକୁ ଖୋରାକ ଯୋଗାଇଛି । ଡାକ୍ତର ଜଣକ ଆତଙ୍କୀ ସଂଗଠନ ନ୍ୟାସନାଲ୍‌ ତୋହିଦ୍‌ ଜମାତର ସଦସ୍ୟ ବୋଲି କୁହାଯାଉଛି । ଆଉ ଇଷ୍ଟର ଦିନ ଶ୍ରୀଲଙ୍କାର ହୋଟେଲ୍‌ ଏବଂ ଚର୍ଚ୍ଚରେ ହୋଇଥିବା ଆକ୍ରମଣ ପଛରେ ଏହି ଆତଙ୍କବାଦୀ ସଂଗଠନର ହାତ ଥିବା ଅଭିଯୋଗ ରହିଛି ।

ତେବେ ଘଟଣାର ସତ୍ୟାସତ୍ୟ ଏଯାଏଁ ଜଣା ପଡିନାହିଁ । ଯଦି ଏହା ସତ ହୋଇଥାଏ ତେବେ ଏହି ଘଟଣା ସାମ୍ପ୍ରଦାୟିକ ହିଂସାକୁ ଦେଇପାରେ ଜନ୍ମ ।

Leave A Reply

Your email address will not be published.