୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ତିଆରି ହେଲା ଭଗବାନ ଶ୍ରୀକୃଷ୍ଣଙ୍କ ପାର୍ଥସାରଥୀ ମନ୍ଦିର
ଝାଡ଼ଖଣ୍ଡ: ସାରା ଭାରତରେ ଭଗବାନଙ୍କ ଆସ୍ଥାକୁ ନେଇ ଅନେକ ମନ୍ଦିର ନିର୍ମାଣ କରାଯାଇଛି। ଏସବୁ ମନ୍ଦିର ହେଉଛି ବିଶ୍ୱାସ ଓ ଭାବନାର ପ୍ରତୀକ। ଅନେକ ମନ୍ଦିର ସମ୍ପର୍କରେ ଆପଣ ଶୁଣିଥିବେ। ଆଜି ଆମେ ଝାଡ଼ଖଣ୍ଡ ରାଜ୍ୟର ଏକ ମନ୍ଦିର ସମ୍ପର୍କରେ କହିବୁ। ଝାଡ଼ଖଣ୍ଡର ଶ୍ରୀକୃଷ୍ଣ ମନ୍ଦିର।
ଝାଡ଼ଖଣ୍ଡର ଦୁମକା ଅଞ୍ଚଳରେ ସାମ୍ପ୍ରଦାୟିକ ସୌହାର୍ଦ୍ଦର ଏକ ଜ୍ୱଳନ୍ତ ନିଦର୍ଶନ ଦେଖିବାକୁ ମିଳିଛି। ଏଠାରେ ରାଣିଶ୍ୱରର ହାମିଦପୁରରେ ରହୁଥିବା ଜଣେ ମୁସଲିମ ବ୍ୟକ୍ତି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଭଗବାନ ଶ୍ରୀକୃଷ୍ଣଙ୍କ ମନ୍ଦିର ତିଆରି କରିଛନ୍ତି। ଏହି ମନ୍ଦିରର ନାମ ରହିଛି ପାର୍ଥସାରଥି ମନ୍ଦିର। ଯାହାକି ଏବେ ଚର୍ଚ୍ଚାରେ ରହିଛି।
ମୁସଲିମ ବ୍ୟକ୍ତି ଜଣକ ଏହି ମନ୍ଦିରକୁ ୨୦୧୯ ମସିହାରେ ନିର୍ମାଣ କାମ ଆରମ୍ଭ କରିଥିଲେ। ତାଙ୍କ କହିବା ଅନୁଯାୟୀ ସେ ଥରେ ପଶ୍ଚିମବଙ୍ଗର ମାୟାପୁରକୁ ବୁଲିବାକୁ ଯାଉଥିଲେ। ସେହି ସମୟରେ ତାଙ୍କ ସ୍ୱପ୍ନରେ ଭଗବାନ ଶ୍ରୀକୃଷ୍ଣ ଆସିଥିଲେ। ପ୍ରଭୁ କହିଥିଲେ ଯେ ସେ ତାଙ୍କ ଅଞ୍ଚଳରେ ସ୍ୱଂୟ ବିରାଜମାନ ଅଛନ୍ତି। ତେଣୁ ବ୍ୟକ୍ତିଜଣଙ୍କୁ ଏଠିକୁ ଆସିବାର ଆବଶ୍ୟକତା ନାହିଁ। ବ୍ୟକ୍ତି ଜଣଙ୍କୁଏହି ଆଦେଶ ଦେଲା ପରେ ସେ ନିଜ ଅଞ୍ଚଳରେ ଭଗବାନଙ୍କ ମନ୍ଦିର ସ୍ଥାପନା କଲେ।
ପ୍ରଥମେ ଭଗବାନ ଖୋଲା ଆକାଶ ତଳେ ପୂଜା ପାଉଥିଲେ। ପରେ ଭଗବାନଙ୍କ ପାଇଁ ମନ୍ଦିର ନିର୍ମାଣ କରାଗଲା। ତାଙ୍କ କହିବା ଅନୁଯାୟୀ ଇସଲାମ ଧର୍ମରେ ଦୀନ ଦୁଃଖିୀଙ୍କ ସେବା ପାଇଁ କୁହାଯାଇଛି। ଏହା ସହିତ ସବୁ ଧର୍ମକୁ ସମ୍ମାନ ଜଣାଇବା ପାଇଁ ମଧ୍ୟ କୁହାଯାଇଛି। ଗତ ଫେବୃଆରୀ ୧୪ ତାରିଖରେ ଏଠି ଭଗବନାଙ୍କ ର ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ଏହି ପୂଜାରେ ୧୦୮ ମହିଳା ହଳଦିଆ ବସ୍ତ୍ର ଧାରଣ କରି କଳସ ଯାତ୍ରା କରଇଥିଲେ। ଏହାସହ ୫୧ ପୁରୋହିତ ପୂରା ବୈଦିକରୂପେ ମନ୍ତ୍ର ଉଚ୍ଚାରଣ କରି ଅନୁଷ୍ଠାନକୁ ସମ୍ପନ୍ନ କରିଥିଲେ।ତେବେ ଏଥିରେ ଭଗବାନଙ୍କ ପ୍ରତି ସବୁ ଧର୍ମର ଲୋକଙ୍କର ଭକ୍ତି ଓ ବିଶ୍ୱାସ ତଥା ଆଧ୍ୟାତ୍ମିକ ଭାବନା ଯୋଡ଼ି ହୋଇ ରହିଛି ବୋଲି ଜଣାପଡିଛି।