ବାସଭବନର ଚତୁର୍ଥ ମହଲାରୁ ଖସି ମୁଥୁଟ୍ ଫାଇନାନ୍ସ ଗ୍ରୁପର ଅଧ୍ୟକ୍ଷ ଏମ ଜି ଜର୍ଜଙ୍କର ମୃତ୍ୟୁ, ଚଳାଇଥିଲେ ୨୦ରୁ ଊର୍ଦ୍ଧ୍ୱ ପ୍ରକାରର ବ୍ୟବସାୟ
ମୁଥୁଟ୍ ଫାଇନାନ୍ସ ଗ୍ରୁପର ଅଧ୍ୟକ୍ଷ ଏମ ଜି ଜର୍ଜଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀ ଅନ୍ତର୍ଗତ କୈଳାସର ପୂର୍ବାଞ୍ଚଳସ୍ଥିତ ବାସଭବନର ଚତୁର୍ଥ ମହଲାରୁ ପଡ଼ିଯାଇଥିବାରୁ ଏହି ଅଘଟଣ ଘଟିଛି।
ଦକ୍ଷିଣପୂର୍ବ ପୋଲିସ ଡେପୁଟି କମିସନର୍ ଆର୍.ପି. ମୀନା କହନ୍ତି, ଜର୍ଜ ତାଙ୍କ ବାସଭବନର ଚତୁର୍ଥ ମହଲାରୁ ପଡ଼ିଯାଇଥିବା ସଂକ୍ରାନ୍ତରେ ଅମର କଲୋନି ଥାନାକୁ ସୂଚନା ଦିଆଯାଇଥିଲା। ଘଟଣାସ୍ଥଳରେ ପୋଲିସ ଟିମ୍ ବିଳମ୍ବରେ ପହଞ୍ଚିବା ପରେ ତାଙ୍କୁ ‘ଫୋର୍ଟିସ୍ ଏସ୍କର୍ଟ ହସ୍ପିଟାଲ୍’କୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ସୁନାଋଣ ଠାରୁ ଆରମ୍ଭ କରି ସିକ୍ୟୁରିଟି ପର୍ଯ୍ୟନ୍ତ ୨୦ରୁ ଊର୍ଦ୍ଧ୍ୱ ପ୍ରକାରର ବ୍ୟବସାୟ ଚଳାଇଥିବା ମୁଥୁଟ୍ ଫାଇନାନ୍ସ ଅଧ୍ୟକ୍ଷ ଜର୍ଜ ଦୀର୍ଘଦିନ ହେବ ଦିଲ୍ଲୀରେ ବସବାସ କରୁଥିଲେ। ତାଙ୍କ ବ୍ୟବସାୟର ମୁଖ୍ୟାଳୟ କୋଚିରେ ଥିଲେ ମଧ୍ୟ ଦେଶ ଏବଂ ବିଦେଶରେ ତାଙ୍କର ରିୟଲ୍ ଇଷ୍ଟେଟ୍, ଡାକ୍ତରଖାନା, ଶିକ୍ଷା ଏବଂ ହୋଟେଲ୍ ଆଦି ବ୍ୟବସାୟ ରହିଛି।