ଆମେରିକାର ଗାଈଙ୍କ ରହସ୍ୟଜନକ ମୃତ୍ୟୁ, ମୃତଦେହରେ ନାହିଁ ଜିଭ

ଗାଈଙ୍କର କଟାଯାଇଛି ଜିଭ । ହେଲେ ପଡିନି ଟୋପାଏ ରକ୍ତ । ଟେକ୍ସାସର ବିଭିନ୍ନ ସ୍ଥାନରେ ଗାଈଙ୍କ ରହସ୍ୟଜନକ ମୃତ୍ୟୁ । ଜିଭ ନଥିବା ଗାଈଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ଆମେରିକାର ଗାଈଙ୍କ ରହସ୍ୟଜନକ ମୃତ୍ୟୁ । ଗାଈର ମୃତଦେହରେ ନାହିଁ ଜିଭ । ଗାଈଙ୍କୁ ଜିଭ କାଟି କେହି ହତ୍ୟା କରିଥିବା କୁହାଯାଉଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଜିଭ କଟାଯାଇଥିଲେ ବି ଟୋପାଏ ରକ୍ତ ପଡୁନି । ଟେକ୍ସାସର ବିଭିନ୍ନ ସ୍ଥାନରୁ ଏମିତି ଚିତ୍ର ସାମନାକୁ ଆସୁଛି । ଜିଉ ନଥିବା ୬ଟି ଗାଈଙ୍କ ମୃତଦେହ ଉଦ୍ଧାର ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ପ୍ରଥମେ ଟେକ୍ସାସ ହାଇେଓ୍ଵରେ ମିଳିଥିଲା ଜିଭ ନଥିବା ଗୋଟିଏ ଗାଈର ମୃତ୍ୟୁଦେହ । ପରେ ଟେକ୍ସାସ ଗ୍ରାମାଞ୍ଚଳର ୫ଟି ସ୍ଥାନରେ ଏପରି ଗାଈଙ୍କ ମୃତଦେହ ମିଳିଛି ।

ଗାଈମାନଙ୍କୁ ସମାନ ଢଙ୍ଗରେ ହତ୍ୟା କରାଯାଇଛି । ଗାଈଙ୍କ ଚାରିପାଖେ ଗାଡିର ଟାୟାର ଚିହ୍ନ ନା କୌଣସି ପାଦ ଚିହ୍ନ ବି ନାହିଁ । ତେବେ ଗାଈଙ୍କ ଜିଭକୁ କଟାଯିବା ସମୟରେ ସେଠାରେ ପାରିପାଶ୍ୱିକ ସ୍ଥିତି ଠିକ୍‌ ରହିଥିଲା । କିଭଳି ଗାଈଙ୍କ ଜିଭ କଟାଯାଇଛି, ତାହା ନିଶ୍‌ଚିତ ଆଶ୍ଚର୍ଯ୍ୟଜନକ । ଅଧିକାରୀଙ୍କ କହିବାନୁସାରେ, ଏହି ଘଟଣା ସମୟରେ ଗାଈମାନେ ସଂଘର୍ଷ କରୁଥିବା ପରି ମନେ ହେଉ ନଥିଲା କାରଣ ପଶୁଙ୍କ ଚାରିପାଖରେ ଘାସ ଠିକ୍‌ ହୋଇ ପଡିଥିଲା । ସେମାନେ କହିଛନ୍ତି ଯେ ଏହି ଅଞ୍ଚଳରେ କୌଣସି ପାଦଚିହ୍ନ କିମ୍ବା ଟାୟାର ଟ୍ରାକ୍ ଉଲ୍ଲେଖ କରାଯାଇ ନାହିଁ।

ମୃତ୍ୟୁ ପୂର୍ବରୁ ଗାଈକୁ କୌଣସି ଯନ୍ତ୍ରଣା ଦିଆଯାଇନି । ୫ଟି ଗାଈଙ୍କ ମଧ୍ୟରୁ ୨ଟି ଗାଈଙ୍କ ଯୌନାଙ୍ଗ ମଧ୍ୟ କଟା ଯାଇଛି । ଏଭଳି ରହସ୍ୟଜନକ ମୃତ୍ୟୁର କାରଣ ଖୋଜଛିି ପୋଲିସ । ଆମେରିକାରେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ୨୦୧୬ରେ ଜର୍ଜିଆରେ ବି ଜିଭ କଟାଯାଇଥିବା ଗାଈଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ୨୦୧୯ରେ ମଧ୍ୟ୫ ବଳଦଙ୍କ ଜିଭ କଟାଯାଇଥିବା ମୃତଦେହ ଉଦ୍ଧାର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.