ଗତ ଏକ ସପ୍ତାହ ହେଲା ମହାରାଷ୍ଟ୍ରର ଏକ ଗାଁର ମାଟି ତଳୁ ଶୁଣିବାକୁ ମିଳୁଛି ରହସ୍ୟମୟ ଶବ୍ଦ, ଭୟଭୀତ ଗ୍ରାମବାସୀ
ଦୁନିଆରେ ଅନେକ ରହସ୍ୟ ଲୁଚି ରହିଛି। ଏମିତିକି କିଛି ହୁଏତ ମଣିଷ ଆଖି ସାମ୍ନାକୁ ଆସୁଛି ତ ଆଉ କିଛି ଲୁଚି ରହିଛି। ଯାହା ସମୟ ସହିତ ଘଟୁଛି। ତେବେ ବର୍ତ୍ତାମାନ ଏକ ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରର ଲାତୁର ଜିଲ୍ଲାର ହାସୋରୀ ଗ୍ରାମରେ ଗତ ସେପ୍ଟେମ୍ବର ୬ ତାରିଖରୁ ମାଟି ତଳୁ ଶୁଣିବାକୁ ମିଳୁଛି ଅଜବ ଶବ୍ଦ। ଯେଉଁଥିପାଇଁ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି।
ଏହି ରହସ୍ୟମୟ ଭୂତଳ ଶବ୍ଦ ମହାରାଷ୍ଟ୍ରର ଏକ ଗାଁରେ ଶୁଣା ଯାଉଛି। ଏହି ଘଟଣା ଗାଁର ଲୋକଙ୍କୁ ଆଶ୍ଚର୍ଯ୍ୟ କରିବା ସହିତ ଭୟଭୀତ କରିଛି। ବୈଜ୍ଞାନିକମାନେ ମଧ୍ୟ ଏହି ରହସ୍ୟର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ସେମାନେ ଏଥିରେ ସଫଳ ହୋଇନାହାଁନ୍ତି। ଏହି ରହସ୍ୟମୟ ଘଟଣା ମହାରାଷ୍ଟ୍ରର ଲାତୁର ଜିଲ୍ଲାର ହାସୋରୀ ଗ୍ରାମରେ ଘଟୁଛି। ଅନୁସନ୍ଧାନ ପାଇଁ ଗାଁରେ ପହଞ୍ଚିଥିବା ଜଣେ ଅଧିକାରୀ ମଧ୍ୟ ଏହା ନିଶ୍ଚିତ କରିଛନ୍ତି। ଏହି ଗାଁ ନୀଲାଙ୍ଗା ତହସିଲର କିଲାରି ଗାଁଠାରୁ ୨୮ କିଲୋମିଟର ଦୂରରେ।
ଜିଲ୍ଲା କଲେକ୍ଟର ଲୋକମାନଙ୍କୁ ଭୟଭୀତ ନହେବା ପାଇଁ ନିବେଦନ କରିଛନ୍ତି। ପୁଣି ଏହି ରହସ୍ୟମୟ ଶବ୍ଦ ପଛରେ ଥିବା ରହସ୍ୟର ସମାଧାନ କରିବାରେ ବିଫଳ ହୋଇ ଜିଲ୍ଲା କର୍ତ୍ତୃପକ୍ଷ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଜିଓମ୍ୟାଗ୍ନେଟିଜମର ବିଶେଷଜ୍ଞମାନଙ୍କୁ ଏହି ଘଟଣାର ଅଧ୍ୟୟନ ବା ଯାଞ୍ଚ ପାଇଁ ଗାଁକୁ ଯିବାକୁ ମଧ୍ୟ ନିବେଦନ କରିଛନ୍ତି। ଅଧିକାରୀ କହିଛନ୍ତି ଯେ ଏହି ଅଞ୍ଚଳରେ କୌଣସି ଭୂକମ୍ପ ଭଳି କାର୍ଯ୍ୟକଳାପ ହେବାର ଲାଗୁନି। ଅଧିକାରୀଙ୍କ ଅନୁଯାୟୀ ୨୦୨୨ ମସିହା ସେପ୍ଟେମ୍ବର ୬ ତାରିଖରୁ ହାସୋରୀ ଗ୍ରାମରେ ଏହି ଅଜବ ଶବ୍ଦ ଶୁଣିବାକୁ ମିଳୁଛି। ଗ୍ରାମବାସୀଙ୍କ ଅଭିଯୋଗ ପରେ ଲାତୁର ଜିଲ୍ଲା କଲେକ୍ଟର ପୃଥ୍ବୀରାଜ ବିପି ଗତ ମଙ୍ଗଳବାର ଦିନ ଗାଁ ପରିଦର୍ଶନ କରିଥିଲେ। ସେ ମଧ୍ୟ ଗ୍ରାମବାସୀଙ୍କୁ ଭୟଭୀତ ନହେବାକୁ କହିଛନ୍ତି।
ପୁଣି ସବୁଠାରୁ ବଡ଼ କଥା ହେଉଛି ଯେ ଏହି ଶବ୍ଦ ଗାଁର ସବୁ ଲୋକମାନେ ଶୁଣୁଛନ୍ତି। ଏହି ଶବ୍ଦ ପୁରା ଗାଁର ଯେକୌଣସି ସ୍ଥାନରେ ଶୁଣିବାକୁ ମିଳେ। ଏହା ଏକ ସପ୍ତାହରୁ ଅଧିକ ସମୟ ଧରି ଏଠାରେ ଘଟୁଛି। ଏହି ସ୍ୱର ଶୁଣି ସ୍ଥାନୀୟ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ତେବେ ଜିଲ୍ଲା ଅଧିକାରୀମାନେ କହିଛନ୍ତି ଯେ ଏହି ଶବ୍ଦ ବିଷୟରେ ସେ ବୈଜ୍ଞାନିକ ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଜିଓମ୍ୟାଗ୍ନେଟିଜମର ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରିଛନ୍ତି। ଗାଁରେ କ’ଣ ପାଇଁ ଏପରି ଭୟଂକର ଶବ୍ଦ ଶୁଭାଯାଉଛି ସେହି ବିଷୟରେ ଅଧିକାରୀଙ୍କ କହିବାନୁସାରେ ମହାରାଷ୍ଟ୍ରର ନନ୍ଦେଡରେ ଥିବା ସ୍ୱାମୀ ରାମାନନ୍ଦ ତିର୍ଥ ମରାଠବାଡା ବିଶ୍ୱବିଦ୍ୟାଳୟର ଏକ ବିଶେଷଜ୍ଞ ଦଳ ମଧ୍ୟ ଗାଁ ପରିଦର୍ଶନ କରିବେ ଓ ଏହି ଭୟଂକର ଶବ୍ଦ ପଛରେ ଥିବା କାରଣ ଜାଣିବେ। ହୁଏତ ଏଠାରେ କିଛି ରହସ୍ୟ ରହିଥାଏ ପାରେ ବୋଲି ସେମାନେ ଅନୁମାନ କରୁଛନ୍ତି,କାରଣ ସେହି ଗ୍ରାମରେ ଭୂମି ପରୀକ୍ଷା ସରିଛି ।