ଆତଙ୍କ! ବେଙ୍ଗାଲୁରୁ ଆକାଶରେ ଶୁଭିଲା ରହସ୍ୟମୟ ଶବ୍ଦ, ଥରି ଉଠିଲା ଭୂଇଁ ଓ ଥରିଗଲେ ଲୋକେ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଗତକାଲି ଆଶ୍ଚର୍ଯ୍ଯଜନକ ଘଟଣା ଘଟିଛି । ଦିନ ପାଖାପାଖି ୧:୩୦ ମିନିଟ୍ ସମୟରେ ଏକ ପ୍ରଚଣ୍ଡ ଶବ୍ଦ ସହ କମ୍ପନ ଅନୁଭୂତ ହୋଇଥିଲା । ଯାହାକୁ ନେଇ ଭୟଭୀତ ହୋଇପଡିଥିଲେ ବେଙ୍ଗାଲୁରୁବାସୀ । ଏହା ଭୂମିକମ୍ପ ନା ଆଉ କିଛି ସେନେଇ ଦ୍ଵନ୍ଦରେ ବେଙ୍ଗାଲୁରୁବାସୀ । ତେବେ ବେଙ୍ଗାଲୁରୁର ହ୍ଵାଇଟ ଫିଲ୍ଡ ଠାରୁ ଅଳ୍ପ ଦୂରରେ ଏହି ଜୋର ଶବ୍ଦ ହୋଇଥିଲା । ଯାହା ଦ୍ୱାରା ଭୂମି ମଧ୍ୟ ୫ ରୁ ୬ ସେକେଣ୍ଡ ପାଇଁ ଥରିଉଠିଥିଲା ।

ବେଙ୍ଗାଲୁରୁର ବିବେକାନନ୍ଦ ନଗର,ରାମ ମୂର୍ତି ନଗର, ହସୁର ରୋଡ଼, ଏଚ ଏ ଏଲ, କୁଡୁନ ହଲି ସମେତ ଅନ୍ୟନ୍ୟ ସ୍ଥାନ ମାନଙ୍କରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ତେବେ ଏନେଇ ପୋଲିସ କମିଶନର ତଦନ୍ତ ଆରମ୍ଭ କରିଥିବା ବେଳେ ଏହା ଭୂମିକମ୍ପ ନୁହେଁ ବୋଲି ସୂଚନା ଦେବା ସହ କୌଣସି ବିମାନ ପରୀକ୍ଷା ହୋଇଥିବା ବେଳେ ଏହା ଅଘଟଣ ଘଟିଥିବା ନେଇ ଅନୁମାନ କରାଯାଉଛି । ଏନେଇ ଏଚଏଲ ଏୟାର କ୍ରାପଟ ଫ୍ଲାଇଟ ଟେଷ୍ଟ କରୁଥିବା ଅନୁମାନ କରାଯାଉଛି । ତେବେ କିଛି ଭୟଭୀତ ନହେବା ପାଇଁ ସମସ୍ତ ବେଙ୍ଗାଲୁରୁ ବାସୀଙ୍କୁ ଅପିଲ କରିଛନ୍ତି ପୋଲିସ କମିଶନର ଭାସ୍କର ରାଓ । ଏଥି ସହ ଘଟଣା ସମ୍ପର୍କରେ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.