ଟ୍ରେନିଂ ଡାକ୍ତରଙ୍କୁ ନ୍ୟାୟ ପାଇଁ ଅଶାନ୍ତ କୋଲକତା, ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ଘେରାଉ କରିବେ ୩୦ ହଜାର ଛାତ୍ରଛାତ୍ରୀ

କୋଲକତରେ କଡ଼ା ସୁରକ୍ଷା ବ୍ୟବସ୍ଥା । ପୋଲିସର ସୁରକ୍ଷା ବଳୟ ଭିତରେ ରାଜ୍ୟ ସଚିବାଳୟ ନବାନ୍ନ ।  ଟ୍ରେନିଂ ଡାକ୍ତରଙ୍କୁ ନ୍ୟାୟ ପାଇଁ ନ୍ୟାୟ ଦେବାକୁ ଆଜି ମମତାଙ୍କ ଗଡ଼ରେ ମହା ବିକ୍ଷୋଭ ରହିଛି ।  ଟିଏମସି ସରକାର ବିରୋଧରେ କୋଲକାତାରେ ସବୁଠୁ ବଡ଼ ଆନ୍ଦୋଳନ, ନବାନ୍ନ ଅଭିଯାନ ଡାକରା ଦେଇଛି ଏକ ଅଣପଞ୍ଜିକୃତ ଛାତ୍ର ସଙ୍ଗଠନ ।  ବିକ୍ଷୋଭକାରୀମାନେ ରାଜ୍ୟ ସଚିବାଳୟ ଯାଏ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛନ୍ତି ।  ନବାନ୍ନ ହେଉଛି ରାଜ୍ୟ ସଚିବାଳୟ, ଯେଉଁଠାରୁ ପଶ୍ଚିମବଙ୍ଗ ସରକାର କାର୍ଯ୍ୟ କରନ୍ତି।  ନବାନ୍ନରେ ହିଁ ମମତା ବାନାର୍ଜୀଙ୍କ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀଙ୍କ ଅଫିସ ଅଛି ।

ପ୍ରଥମଥର ପାଇଁ ଏତେ ସଂଖ୍ୟାରେ ଲୋକେ ମମତା ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇବେ ।  ଯାହାର ପ୍ରଭାବ ଏବେଠୁ ଦେଖା ଦେଲାଣି। ବିକ୍ଷୋଭକୁ ଦୃଷ୍ଟିରେ ରଖି କୋଲକାତାକୁ ସଂଯୋଗ କରୁଥିବା ସବୁ ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଛି ।  ଛଅ ହଜାରରୁ ଅଧିକ ପୁଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି । ୧୯ଟି ସ୍ଥାନରେ ବ୍ୟାରିକେଡିଂ କରାଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ୍ ରହିଥିବା ‘ନବାନ୍ନ’କୁ ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଘେରାଉ କରିବେ ବୋଲି ସୂଚନା ରହିଛି । ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ଛାତ୍ରଛାତ୍ରୀ ଆନ୍ଦୋଳନ ଡାକରା ଦେଇଛନ୍ତି ।  ଆଜି ମଧ୍ୟାହ୍ନରେ ଛାତ୍ର ସଙ୍ଗଠନ ରାସ୍ତାକୁ ଓହ୍ଲାଇବ ।  ସେପଟେ ଟିଏମସି ଅଭିଯୋଗ କରିଛି ନବାନ୍ନ ଅଭିଯାନରେ ଜରିଆରେ ରାଜ୍ୟରେ ଅରାଜକତା ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର ହୋଇଛି । ଏ ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଛି । ଆନ୍ଦୋଳନ ଜରିଆରେ ପୋଲିସକୁ ଉସକାଇ, ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ ହେଉଥିବା ଟିଏମସି ଅଭିଯୋଗ କରିଛି ।

You might also like