ପଞ୍ଜାବ ରାଜନୀତିରେ ପୁଣି ତାତି, କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସିଦ୍ଧୁ
ପଞ୍ଜାବ(କେ ନ୍ୟୁଜ): ପଞ୍ଜାବ ରାଜନୀତିରେ ପୁଣି ଦେଖାଦେଲା ହଲଚଲ । କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ନଭଜୋତ ସିଂହ ସିଦ୍ଧୁ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଖକୁ ସେ ଇସ୍ତଫାପତ୍ର ପଠାଇ ଦେଇଛନ୍ତି । ତେବେ ଆଗକୁ ବି କଂଗ୍ରେସରେ ରହିବେ ବୋଲି କହିଛନ୍ତି ସିଦ୍ଧୁ । ନିକଟରେ ନଭଜୋତ ସିଂହ ସିଦ୍ଧୁକୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା । ଦିନ କେଇଟା ଯାଇନି ସେ ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି ।