ଦେଶରେ ସବୁଠୁ ବଡ଼ ଜରିମାନା! ନାଗାଲାଣ୍ଡର ଟ୍ରକ୍କୁ ୬ ଲକ୍ଷ ୫୩ ହଜାର ଟଙ୍କାର ଚାଲାଣ କାଟିଛନ୍ତି ସମ୍ବଲପୁର ଆରଟିଓ
ନାଗାଲାଣ୍ଡ: ନାଗାଲାଣ୍ଡର ଟ୍ରକ୍କୁ ୬ ଲକ୍ଷ ୫୩ ହଜାର ଟଙ୍କାର ତଣ୍ଡ। ସଂଶୋଧିତ ମୋଟର ଯାନ ଆଇନ ଲାଗୁ ପରେ ରେକର୍ଡ ଫାଇନ୍ ଆଦାୟ। ଏପର୍ଯ୍ୟନ୍ତ ଦେଶରେ ସବୁଠୁ ବଡ଼ ଜରିମାନା। ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ୬ ଲକ୍ଷ ୫୩ ହଜାର ଶହେ ଟଙ୍କାର ଚାଲାଣ କାଟିଛନ୍ତି ସମ୍ବଲପୁର ଆରଟିଓ। ଏହି ଟ୍ରକର ଗାଡ଼ି ନମ୍ବର ହେଉଛି NL08-D7079। OMVT-3 ଟିକସ ବାବଦରେ ୫ ଲକ୍ଷ ୪୦ ହଜାର ୫ ଶହ ଟଙ୍କା ଜରିମାନା ପଡ଼ିଛି। ସେହିପରି ପ୍ରଦୂଷଣ ନିୟମ ଉଲ୍ଲଂଘନ କରିଥିବାରୁ ହଜାରେ, ଟ୍ରକରେ ଯାତ୍ରୀ ନେଉଥିବାରୁ ୫ହଜାର, ପରମିଟ ନଥିବାରୁ ୫ ହଜାର, ବିନା ଇନସ୍ୟୁରାନ୍ସରେ ଚାଲିଥିବାରୁ ହଜାରେ ଟଙ୍କାର ଜରିମାନା ଲାଗିଛି।