ପୁଣି ବିମାନକୁ ବୋମା ଧମକ । ନାଗପୁରରୁ କୋଲକାତା ଯାଉଥିବା ଇଣ୍ଡିଗୋର ଏକ ବିମାନକୁ ବୋମା ଧମକ ମିଳିଛି । ବିମାନଟି ଛତିଶଗଡ଼ର ରାଜଧାନୀ ରାୟପୁରରେ ଜରୁରୀ ଅବତରଣ କରିଛି । ରିପୋର୍ଟ ମୁତାବକ, ବିମାନରେ ବୋମା ଥିବା ନେଇ ସୂଚନା ମିଳିବା ପରେ ଏହାକୁ ରାୟପୁର ଏୟାରପୋର୍ଟରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ବର୍ତ୍ତମାନ ଏୟାରପୋର୍ଟରେ ବିମାନକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି ।
ଇଣ୍ଡିଗୋ ବିମାନ ନାଗପୁରରୁ କୋଲକାତା ଯାଉଥିଲା । ଏହାରି ମଧ୍ୟରେ ବିମାନ ଭିତରେ ବୋମା ଥିବାର ସୂଚନା ମିଳିଥିଲା, ଯାହାପରେ ବିମାନକୁ ତୁରନ୍ତ ରାୟପୁରରେ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା । ଲ୍ୟାଣ୍ଡିଂ ପରେ ଯାତ୍ରୀମାନଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା ।
ବିମାନକୁ ଖାଲି କରାଯିବା ସହିତ ବର୍ତ୍ତମାନ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି । ବୋମା ନିଷ୍କ୍ରିୟକାରୀ ଟିମକୁ ଘଟଣାସ୍ଥଳକୁ ଡକାଯାଇଛି । ଏବେ ସେମାନେ ବିମାନକୁ ଯାଞ୍ଚ କରୁଛନ୍ତି । ତେବେ ଏହି ଘଟଣା ପରେ ରାୟପୁର ଏୟାରପୋର୍ଟରେ କିଛି ସମୟ ପାଇଁ ଉଡ଼ାଣଗୁଡ଼ିକ ବାଧାପ୍ରାପ୍ତ ହୋଇଥିଲା ।
ରାୟପୁର ପୋଲିସ ମୁତାବକ, ପ୍ଲାଇଟ୍ ନାଗପୁରରୁ କୋଲକାତା ପାଇଁ ଉଡ଼ାଣ ଭରିଥିଲା । ବିମାନ ଉଡ଼ିବା ପରେ ମଝି ଆକାଶରେ ଧମକ ମିଳିଥିଲା କି, ବିମାନରେ ବୋମା ଅଛି । ଏହାପରେ ବିମାନକୁ ଡାଏଭର୍ଟ କରାଯାଇ ରାୟପୁରରେ ଅବତରଣ କରାଯାଇଥିଲା । ଏବେ ସୁରକ୍ଷା ଯାଞ୍ଚ ପରେ ବିମାନ ଏୟାରପୋର୍ଟରୁ ପୁଣିଥରେ ଉଡ଼ାଣ ଭରିବ । ସେପଟେ ଏହି ଧମକ କିଏ ଦେଇଛି, ସେ ନେଇ କୌଣସି ସୂଚନା ମିଳିନାହିଁ ।
Raipur, Chhattisgarh: A flight from Nagpur to Kolkata made an emergency landing at Raipur airport following a bomb threat. The plane is being checked at the airport and further probe is underway: SSP Santosh Singh
— ANI (@ANI) November 14, 2024