ନାଗପୁର-ପୁନେ ଏକ୍ସପ୍ରେସ ୱେ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୯ ମୃତ, ୧୩ ଗୁରୁତର

ନାଗପୁର-ପୁନେ ଏକ୍ସପ୍ରେସ ୱେ ରେ ସରକାରୀ ବସ୍‌ ଏବଂ ଟ୍ରକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୯ ମୃତ ଏବଂ ୧୩ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରିଛି ।

ନାଗପୁର-ପୁନେ ଏକ୍ସପ୍ରେସ ୱେ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସରକାରୀ ବସ୍‌ ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଏଭଳି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୯ ମୃତ ଏବଂ ୧୩ ଗୁରୁତର ରହିଥିବା ଖବର ମିଳିଛି । ଘଟଣା ବିଷୟରେ ପୋଲିସ ଖବର ପାଇଁ ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରିଛି । ଦୁର୍ଘଟଣାଗ୍ରସ୍ତ ବାହାନକୁ କ୍ରେନ ସାହାଯ୍ୟରେ ରାସ୍ତା ମଝିରେ କଢାଯାଇଛି । ପୋଲିସ ଦୁର୍ଘଟଣା କେମିତି ଘଟିଲା, ତାହା ବିଷୟରେ ତଦନ୍ତ କରୁଛି ।

ମହାରାଷ୍ଟ୍ର ନାଗପୁରରୁ ଏକ ଯାତ୍ରୀବାହୀ ବସ୍‌ ପୁଣେରୁ ମେହକର ଅଞ୍ଚଳ ଅଭିମୁଖେ ଯାଉଥିଲା। ମାତ୍ର ବସ୍‌ଟି ବୁଲଢ଼ନା ନିକଟରେ ଯାଉଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ବସ୍‌କୁ ଧକ୍କା ଦେଇଥିଲା। ଧକ୍କା ପରେ ବସ୍‌ର କାଚ ଭାଙ୍ଗି ଯାଇଥିବା ବେଳେ ବସ୍‌ଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଘଟଣା ଘଟିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଲୋକଙ୍କୁ ଉଦ୍ଧାର କରାଯାଇଛି ।

ସେହିପରି ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ଏକ ଟ୍ରକ ଏବଂ ଏସୟୁଭି ପରସ୍ପର ସହିତ ଧକ୍କା ହେବା ଫଳରେ ଗୋଟେ ପରିବାରର ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛନ୍ତି । ଦୁର୍ଘଟଣା ମୁମ୍ବାଇ ଠାରୁ ପ୍ରାୟ ୬୫୦ କିମି ଦୂର ସ୍ଥିତ ଅମରାବତୀ ଖଲ୍ଲାର ପୋଲିସ ଥାନା ଅନ୍ତର୍ଗତ ଦରିୟାପୁର-ଅଞ୍ଜନଗାଁ ରୋଡରେ ରାତି ୧୧ଟାରେ ହୋଇଛି । ସମସ୍ତ ମୃତକ ଗୋଟେ ପରିବାର ବୋଲି ଜଣାପଡିଛି ।