ନାଗପୁରକୁ ଫେରିଛି ଲକଡାଉନ୍‌, ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ତାଲାବନ୍ଦ ଘୋଷଣା

ନୂଆଦିଲ୍ଲୀ : କରୋନା ବଢିବା ସହ ବଢୁଛି କଟକଣା । ମହାରାଷ୍ଟ୍ରର ନାଗପୁରକୁ ଫେରିଛି ଲକ୍‌ଡାଉନ୍‌ । ଆଜିଠୁ ନାଗପୁର ଜିଲ୍ଲାରେ ୭ ଦିନିଆ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ସମସ୍ତ ବେସରକାରୀ ଅଫିସ୍‌ ବନ୍ଦ ରହିଥିବା ବେଳେ ୨୫ ପ୍ରତିଶତରେ ସରକାରୀ ଅଫିସ୍‌ ଚାଲିବ । ଲକ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ । ମହାରାଷ୍ଟ୍ରରେ କରୋନା ବେକାବୁ ହେବାରେ ଲାଗିଛି ।

ରାଜ୍ୟରେ ଦ୍ରୁତ ଗତିରେ ବଢୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୧୬ ହଜାର ୬୨୦ ନୂଆ ମାମଲା ସାମ୍ନାକୁ ଆସିଛି । ଚଳିତ ବର୍ଷର ଗୋଟିଏ ଦିନରେ ଏହା ସର୍ବାଧିକ ମାମଲା । ଗତ ୨୪ ଘଣ୍ଟାରେ ଦେଶରେ ୨୬ ହଜାର ୨୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡିସେମ୍ବର ମଧ୍ୟ ଭାଗ ପରେ ଗତ ସପ୍ତାହରେ ଦେଶରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସାପ୍ତାହିକ ମାମଲା ୩୩ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଗତ ସପ୍ତାହରେ ୮୭୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.