ନାଗପୁର ହିଂସା : କିଛି ସ୍ଥାନରେ କଫ୍ୟୁ ବଳବତ୍ତର, ୫୦ରୁ ଅଧିକ ଅଟକ, ୨୫ ପୋଲିସ କର୍ମୀ ଆହତ

ମହାରାଷ୍ଟ୍ର ନାଗପୁରରେ ହିଂସା ପରେ ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ । କିଛି ସ୍ଥାନରେ କଫ୍ୟୁ ବଳବତ୍ତର ରହିଛି । ହିସାଂ ଭିଆଇଥିବା ଅଭିଯୋରେ ୫୦ରୁ ଅଧିକ ଜଣଙ୍କୁ ଅଟକ ରଖାଯାଇଛି । ଗତକାଲି ରାତିରେ ଔରଙ୍ଗଜେବଙ୍କ ସମାଧି ବିବାଦକୁ ନେଇ ଅଶାନ୍ତି ଦେଖାଦେଇଥିଲା । ବିଳମ୍ବିତ ରାତିରେ ହଂସପୁରୀରେ ମଧ୍ୟ ହିଂସା ଘଟିଥିଲା । ଅଜଣା ଲୋକମାନେ ଦୋକାନ ଭଙ୍ଗାରୁଜା କରିବା ସହିତ ଯାନବାହାନ ପୋଡ଼ି ଦେଇଥିଲେ । ଏହି ସମୟରେ ପ୍ରବଳ ପଥର ମାଡ଼ ମଧ୍ୟ ହୋଇଥିଲା। ହିଂସା ବଢ଼ିବା ପରେ ଏବେ ଅନେକ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି ।

ନାଗପୁରର ମହଲ ଅଞ୍ଚଳରେ ଦୁଇ ଗୋଷ୍ଠୀର ଲୋକେ ମୁହାଁମୁହିଁ ହୋଇଥିଲେ । ଉଭୟ ଗୋଷ୍ଠୀର ସଦସ୍ୟମାନେ ପରସ୍ପର ଉପରକୁ ପଥର ମାଡ଼ କରିଥିଲେ । ଅଗ୍ନିକାଣ୍ଡ ଘଟି ଅନେକ ଗାଡ଼ି ଭଙ୍ଗାରୁଜା ହୋଇଛି । ଏହାପରେ ଭିଡ଼କୁ ହଟାଇବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଥିଲେ ବି ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଶାନ୍ତି ବଜାୟ ରଖିବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନୁରୋଧ କରିଛନ୍ତି । ଲୋକମାନେ ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ । ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଡିସିପି ନାଗପୁର ଅର୍ଚ୍ଚିତ ଚଣ୍ଡକ କହିଛନ୍ତି । ଘଟଣାରେ ୩ ଜଣ ଡିସିପି ଆହତ ହୋଇଛନ୍ତି । ଏମାନେ ହସପିଟାଲରେ ଆଡମିଟ୍ ହୋଇଛନ୍ତି । ଏହାଛଡା ୨୦ରୁ ୨୨ ଜଣ ପୋଲିସ ର୍କୀ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ, ସମ୍ଭାଜୀ ନଗରରେ ଔରଙ୍ଗଜେବଙ୍କ ସମାଧି ବିବାଦ ମଧ୍ୟରେ ଏହି ହିଂସା ଘଟିଥିଲା । ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ (ବିଏଚପି) ଏହି ସମାଧିସ୍ଥଳକୁ ଭାଙ୍ଗିବା ପାଇଁ ଦାବି କରିଥିଲେ । ଉଭୟ ଗୋଷ୍ଠୀ ନାଗପୁରରେ ମଧ୍ୟ ବିରୋଧ ପ୍ରଦର୍ଶନ କରିଥିଲେ, ଯାହାର କିଛି ଘଣ୍ଟା ପରେ ହିଂସା ଦେଖା ଦେଇଥିଲା । ସୋମବାର ସନ୍ଧ୍ୟା ୭.୩୦ ସମୟରେ ମହାଲ ଅଞ୍ଚଳର ଚିଟନିସ୍ ପାର୍କ ନିକଟରେ ପ୍ରଥମେ ହିଂସା ଆରମ୍ଭ ହୋଇଥିଲା ।

Also Read : ପଞ୍ଜାବ ଅମୃତସରରେ ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର, ପାକିସ୍ତାନ ଏବଂ ISI ସଂପର୍କ ନେଇ ଯାଞ୍ଚ