ରାହୁଲ ଗାନ୍ଧୀଙ୍କ ସହ ହାତରେ ହାତ ଛନ୍ଦି ବୁଲୁଛନ୍ତି ଏହି ପୋଲିସ ସବ୍-ଇନ୍ସପେକ୍ଟର, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ରାଜସ୍ଥାନ ପୋଲିସର ସବ୍-ଇନ୍ସପେକ୍ଟର ନୈନା କନୱାଲଙ୍କୁ ଦିଲ୍ଲୀ ପୋଲିସ ହରିୟାଣାରୁ ଗିରଫ କରିଛି। ନୈନା ନିଜେ ସୋସିଆଲ ମିଡିଆରେ ନିଜ କଥା ସେୟାର କରିଛନ୍ତି। ତାଙ୍କର ଏକ ଫଟୋ ରାହୁଲ ଗାନ୍ଧୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରାଜସ୍ଥାନ ପୋଲିସର ସବ୍-ଇନ୍ସପେକ୍ଟର ନୈନା କନୱାଲ ଏବେ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଏକ ଫଟୋ ରାହୁଲ ଗାନ୍ଧୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ନୈନା ରାହୁଲ ଗାନ୍ଧୀଙ୍କ ସହ ହାତ ମିଳାଇ ଚାଲୁଛନ୍ତି। ତେବେ ଫଟୋକୁ ନେଇ ଅନେକ କଥା କୁହାଯାଉଛି। ବାସ୍ତବରେ ଏହି ଫଟୋ ଭାରତ ଯୋଡୋ ଯାତ୍ରା ସମୟର।

ନୈନାଙ୍କୁ ଦିଲ୍ଲୀ ପୋଲିସ ଏବେ ହରିୟାଣାରୁ ଗିରଫ କରିଛି। ନୈନା ନିଜେ ସୋସିଆଲ ମିଡିଆରେ ନିଜ କଥା ସେୟାର କରିଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି, ‘ଜୀବନରେ ସବୁକିଛି ଠିକ୍ ଚାଲିଥିଲା। କୁସ୍ତିରେ ଜାତୀୟ-ଅନ୍ତର୍ଜାତୀୟ ସ୍ତରରେ ମାନ ସମ୍ମାନ ମଧ୍ୟ ମିଳିଲା। ରାଜସ୍ଥାନ ପୋଲିସରେ ଏସଆଇ ପଦବୀ ମଧ୍ୟ ମିଳିଲା, କିନ୍ତୁ ଜୀବନରେ କିଛି ଅଭାବ ଅନୁଭବ କରୁଥିଲି। ପୁଣି ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ସଂସ୍ପର୍ଶରେ ଆସିଥିଲି, ସେବେ ମୋ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ଆଜି ମୁଁ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଏବଂ ଗ୍ୟାଙ୍ଗଷ୍ଟରକୁ ସାହାଯ୍ୟ କରିବା ଅପରାଧରେ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇଛି’।

କହି ରଖୁଛୁ, ନୈନା କନୱାଲ ହରିୟାଣାର ସୋନିପତର ବାସିନ୍ଦା। ସେ ଜଣେ ଅନ୍ତର୍ଜାତୀୟ ସ୍ତରର ରେସଲର। ନୈନା କନୱାଲ ଏସିଆ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। କେବଳ ଏତିକି ନୁହେଁ, ୬ ଥର ଭାରତ କେଶାରୀ ଏବଂ ୭ ଥର ହରିୟାଣା କେସରୀର ସମ୍ମାନ ମିଳି ସାରିଛି। ସୋସିଆଲ ମିଡିଆରେ ତାଙ୍କର ଅନେକ ଫଲୋୟର୍ସ ଅଛନ୍ତି। ସୋସିଆଲ ମିଡିଆରେ ନୈନାଙ୍କ ଭିଡିଓ ଖୁବ ଭାଇରାଲ ହୋଇଥାଏ।

Leave A Reply

Your email address will not be published.