ଉତ୍ତରାଖଣ୍ଡରେ ଲଗାଣ ବର୍ଷା, ଭୂସ୍ଖଳନ ଯୋଗୁଁ ଛିନ୍ନ ହେଲା ନୈନିତାଲ ସହର

ଉତ୍ତରାଖଣ୍ଡରେ ଲଗାଣ ବର୍ଷା । ଭୂସ୍ଖଳନ ଯୋଗୁ ନୈନିତାଲ ସହର, ରାଜ୍ୟର ଅନ୍ୟ ସ୍ଥାନ ସହ ସମ୍ପର୍କ ଛିନ୍ନ ହୋଇଛି। ବହୁ ପର୍ଯ୍ୟଟକ ଓ ଯାତ୍ରୀ ସେଠାରେ ଅଟକି ରହିଛନ୍ତି। ସହରକୁ ସଂଯୋଗ କରୁଥିବା ତିନିଟି ରାଜପଥ ଅବରୋଧ ହୋଇ ରହିଛି । ଯେଉଁମାନେ ରାସ୍ତାରେ ଅଟକି ଯାଇଛନ୍ତି ସେମାନଙ୍କୁ ଖାଦ୍ୟ ଯୋଗାଇବାକୁ ଉଦ୍ୟମ ହେଉଛି । ପ୍ରବଳ ବର୍ଷା ଯୋଗୁଁ ଅଘଟଣରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେଥିରେ ୩ ଜଣ ନେପାଳ ନାଗରିକ ଅଛନ୍ତି । ଚମୋଲି ଅଂଚଳରେ ପ୍ରବଳ ବର୍ଷା ଯୋଗୁଁ ନନ୍ଦକିନି ନଦୀ ଫୁଲୁଛି । ଏସ୍‌ଡିଆରଏଫ ଓ ପୋଲିସ ଛତି ଜଙ୍ଗଲରେ ଫସି ରହିଥିବା ୨୨ ଜଣଙ୍କୁ ଉଦ୍ଧାର କରିଛି ।

ଜଳସ୍ତର ବୃଦ୍ଧି ଯୋଗୁ ନାନକସାଗର ଡ୍ୟାମର ସବୁ ଗେଟ୍‌ ଖୋଲାଯାଇଛି । ବଦ୍ରିନାଥ ଜାତୀୟ ରାଜପଥ ନିକଟ ଲମ୍ବାଗଡ଼ ନାଲା ନିକଟରୁ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ବୋର୍ଡର ରୋଡ୍‌ ଅର୍ଗାନାଇଜେସନ କର୍ମଚାରୀ। ପ୍ରବଳ ବର୍ଷାରେ କାରଟି ଭାସି ଯାଇଥିଲା। କାରର ଯାତ୍ରୀ ଥିଲେ ଏବଂ ଦୁଇଟି ପଥର ଭିଥରେ ଫଶିଯାଇଥିଲା ଗାଡ଼ି। BRO ତରଫରୁ କାର ଓ ସେଥିରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । …ବର୍ଷା ଓ ବନ୍ୟା ସ୍ଥିତି ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.