ଦେଶ ବିଦେଶ

୩୧ ବର୍ଷ ପରେ ରାଜୀବ ଗାନ୍ଧି ହତ୍ୟା ମାମଲାରେ ଦୋଷୀ ନଳିନୀ ଶ୍ରୀହରନ୍‌ଙ୍କ ସହ ଅନ୍ୟ ୫ ଜଣ କୋର୍ଟରୁ ହେଲେ ଖଲାସ

ଭେଲୋର :  ୧୯୯୧ ମସିହାରେ ହୋଇଥିବା ରାଜୀବ ଗାନ୍ଧି ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ କାଟୁଥିବା ୬ ଜଣଙ୍କୁ ମୁକ୍ତି ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାର ଦିନକ ପରେ ଆଜି ସେମାନଙ୍କୁ ମୁକ୍ତ କରାଯାଇଛି । ରାଜୀବ ଗାନ୍ଧିଙ୍କ ମାମଲାରେ ୩୧ ବର୍ଷ ଜେଲରେ କାଟିଥିବା ୫ ଜଣ- ନଳିନୀ ଶ୍ରୀହରନ, ତାଙ୍କ ସ୍ୱାମୀ ମୁରୁଗାନ୍‌, ସନ୍ଥନ, ରବର୍ଟ ପାଏସ ଏବଂ ଜୟ କୁମାରଙ୍କୁ ଆଜି ମୁକ୍ତ କରାଯାଇଛି । ଅନ୍ୟ ଜଣେ ଦୋଷୀ ଆର. ପି . ରବିଚନ୍ଦ୍ରନ ମଧ୍ୟ  ଖଲାସ ହେବେ ।

ଜେଲ୍‌ରୁ ମୁକ୍ତି ପାଇବା ପରେ ନଳିନୀ,ଏହା ତାଙ୍କ ପାଇଁ ଏକ ନୂଆ ଜୀବନ ମିଳିଲା ବୋଲି କହିଛନ୍ତି । ଏଥିପାଇଁ ମୋତେ ସମର୍ଥନ କରିଥିବାରୁ ମୁଁ ତାମିଲନାଡୁବାସୀଙ୍କୁ ଧନ୍ୟବାଦ ଦେଉଛି । ଏଥିସହ ନଳିନୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ତେବେ ରାଜନୀତିରେ ତାଙ୍କର ପ୍ରବେଶ ନେଇ ସେ ମନା କରିଦେଇଛନ୍ତି ।

ମଇ ମାସରେ ସୁପ୍ରିମକୋର୍ଟ ତାଙ୍କର ଅତିରିକ୍ତ କ୍ଷମତା ପ୍ରୟୋଗ କରି ୭ ଜଣ ଦୋଷୀଙ୍କ ମଧ୍ୟରୁ ଏ ଜି ପିରାରିଭାଲନ ନାମକ ଜଣଙ୍କୁ ଜେଲ୍‌ରୁ ମୁକ୍ତି କରିଥିଲେ । ତେଣୁ ସେହି ସମାନ ନ୍ୟାୟରେ ଏମାନଙ୍କୁ ଖଲାସ କରିବା ପାଇଁ ସୁପ୍ରିମକୋର୍ଟ ଗତକାଲି କହିଥିଲେ । ପ୍ରକାଶଯୋଗ୍ୟ, ତାମିଲନାଡୁ ସରକାରଙ୍କ କ୍ୟାବିନେଟ ଏହି ଦୋଷୀମାନଙ୍କୁ ମୁକ୍ତ କରିବା ପାଇଁ ୨୦୧୮ ରେ ରାଜ୍ୟପାଳଙ୍କୁ ସୁପାରିଶ କରିଥିଲା ।

ଆଜି ସକାଳେ ପାରୋଲରେ ଥିବା ନଳିନୀ ଶ୍ରୀହରନ୍‌ ନିକଟସ୍ଥ ଥାନାକୁ ହାଜିରା ପକାଇବା ପାଇଁ ଯାଇଥିଲେ । ଭେଲୋର ମହିଳାମାନଙ୍କ ପାଇଁ ଥିବା ସ୍ୱତନ୍ତ୍ର କାରାଗାରରେ ଆଜି ଫର୍ମାଲିଟି ପୁରଣ କରିବା ପରେ ସେ ମୁକ୍ତ ହୋଇଥିଲେ । ଏବଂ ତା ପରେ ସେଣ୍ଟ୍ରାଲ ଜେଲରୁ ଖଲାସ ହୋଇଥିବା ତାଙ୍କ ସ୍ୱାମୀ ଭି ଶ୍ରୀହରନ ଆଲିଆସ ମୁରୁଗାନ ଓ ସନ୍ଥନଙ୍କୁ ନେବା ପାଇଁ ଯାଇଥିଲେ । ମୁରୁଗାନ ଓ ସନ୍ଥନ ଦ୍ୱୟ ଶ୍ରୀଲଙ୍କା ନାଗରୀକ ହୋଇଥବାରୁ ସେମାନଙ୍କୁ ପୋଲିସ ଭ୍ୟାନ ଯୋଗେ ତ୍ରିଚୁରାପଲ୍ଲୀ ଠାରେ ଥିବା ରିଫ୍ୟୁଜି କ୍ୟାମ୍ପକୁ ନିଆଯାଇଥିଲା । ପୁଝାଲ କାରାଗାରରୁ ଖଲାସ ପାଇଥିବା ଅନ୍ୟ ଦୁଇଜଣ ଶ୍ରୀଲଙ୍କା ନାଗରୀକ ରବର୍ଟ ପାଏସ ଓ ଜୟକୁମାରଙ୍କୁ ମଧ୍ୟ ରିଫ୍ୟୁଜି କ୍ୟାମ୍ପକୁ ନିଆଯାଇଥିଲା ।

ତେବେ ନଳିନୀ ଚେନ୍ନାଇରେ ରହିବେ କିମ୍ବା ଲଣ୍ଡନରେ ରହୁଥିବା ତାଙ୍କ ଝିଅଙ୍କ ପାଖକୁ ଯିବେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।  ତାଙ୍କ ସ୍ୱାମୀ ମୁରୁଗାନଙ୍କ ଭାଗ୍ୟ କ’ଣ ହେବ, ତାଙ୍କୁ ଶ୍ରୀଲଙ୍କାକୁ ଛଡ଼ାଯିବ କି ନାହିଁ ତାହା ଜଣାପଡିନାହିଁ । ରାଜ୍ୟ ସରକାର ସେ ବିଷୟରେ ଚିନ୍ତା କରିବେ ବୋଲି ତାଙ୍କର ଓକିଲ କହିଛନ୍ତି । ଅନ୍ୟ ଜଣେ ଦୋଷୀ ସନ୍ଥନ ନିଜ ଦେଶ ଶ୍ରୀଲଙ୍କାକୁ ଫେରିଯିବେ ବୋଲି ସେ ତାଙ୍କର ଇଚ୍ଛା ପ୍ରକାଶ କରିଛନ୍ତି ।

ଦୋଷୀମାନଙ୍କୁ ମୁକ୍ତ କରିବା ସମୟରେ ସୁପ୍ରିମକୋର୍ଟ କହିଥିଲେ, ଦୋଷୀମାନେ ସନ୍ତୋଷଜନକ ବ୍ୟବହାର ଦେଖାଇଛନ୍ତି, ପାଠ ପଢ଼ି ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି, ବହି ଲେଖିଛନ୍ତି ଏବଂ ସାମାଜିକ କାର୍ଯ୍ୟରେ ସାମିଲ ହୋଇଛନ୍ତି ।
ହେଲେ କଂଗ୍ରେସ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଦୃଢ଼ ଭାବେ ବିରୋଧ କରିଛି । ଦଳ ସୋନିଆ ଗାନ୍ଧି, ରାହୁଳ ଓ ପ୍ରିୟଙ୍କାଙ୍କ ମତରେ ସନ୍ତୁଷ୍ଟ ନୁହେଁ ବୋଲି କହିଛି । ଯିଏକି ଅପରାଧୀଙ୍କୁ ଦୟା ଦେଖାଇଛନ୍ତି ।

୨୦୦୦ ମସିହାରେ ନଳିନୀଙ୍କ ଫାଶୀ ଦଣ୍ଡକୁ ଆଜୀବନ କାରଦଣ୍ଡରେ ପରିବର୍ତ୍ତନ କରାଯାଇଥିଲା । ପରେ ୨୦୧୪ରେ ଅନ୍ୟ ୬ ଦୋଷୀଙ୍କ ଦଣ୍ଡ ମଧ୍ୟ କୋହଳ କରାଯାଇଥିଲା । ସେତେବେଳର ମୁଖ୍ୟମନ୍ତ୍ରୀ ଜେ ଜୟଲଳିଥା ସେମାନଙ୍କୁ ଖଲାସ କରିବା ପାଇଁ ସୁପାରିଶ କରିଥିଲେ ।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ୧୯୯୧ ମସିହା ମଇ ୨୧ ରେ ତାମିଲନାଡୁ ଶ୍ରୀପେରୁମବୁଦୁର ଠାରେ ଏକ ସର୍ବସାଧାରଣ ସଭାରେ ଏଲ୍‌ଟିଟିଇ ଗ୍ରୁପ ଆତ୍ମଘାତୀ ବୋମା ଦ୍ୱାରା ହତ୍ୟା କରିଥିଲେ ।

Niharanjan

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

5 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

11 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago