ନେପାଳ ନିବାସୀ ଏହି ବ୍ୟକ୍ତି ୧୯ ବର୍ଷରୁ ଆସିନାହାନ୍ତି ଭାରତ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
![polo](https://knewsodisha.com/wp-content/uploads/2019/09/polo.jpg)
ବାହାଡ଼ି ଉଦ୍ୟୋଗ ବ୍ୟାପାର ମଣ୍ଡଳ ଅଧ୍ୟକ୍ଷ ନର ବାହାଦୁର ଚାନ୍ଦ ଗତ ୧୯ ବର୍ଷରୁ ଭାତରକୁ ଆସିନାହାନ୍ତି । ସେ ୨୦୦୦ ମସିହାରେ ପ୍ରତିଜ୍ଞା କରିଥିଲେ କି ଝୁଲାଘାଟରେ ମୋଟର ପୋଲ ହେବା ପରେ ନିଜ ଗାଡିରେ ସେ ଭାରତ ଯିବେ। ପିଥୋରାଗଡ ର ଦେବତ ଗାଁରେ ତାଙ୍କ ଶ୍ୱଶୁର ଘର । ସେ କରିଥିବା ପ୍ରତିଜ୍ଞା ଫଳରେ ନିଜର ଶ୍ୱଶୁର ଘରର କୌଣସି କାର୍ଯ୍ୟକ୍ରମରେ ବାହାଦୁର ଭାଗ ନେଇପାରୁନାହାନ୍ତି ।
ଇଷ୍ଟ ଇଣ୍ଡିଆ କମ୍ପାନୀ ଝୁଲାଘାଟରେ ଦେଢ ଶହ ବର୍ଷ ପୂର୍ବେ ଦୁଇ ଦେଶ ଭିତରେ ଯିବା ଆସିବା ପାଇଁ ଏକ ଚଲା ପୋଲ ନିର୍ମାଣ କରିଥିଲେ । ଗତ ୧୯ ବର୍ଷ ହେବ ସୀମାବର୍ତ୍ତୀ ଜନସାଧାରଣ ମାନେ ମୋଟର ପୋଲ ନିର୍ମାଣ ପାଇଁ ଦାବି କରିଆସୁଛନ୍ତି । ମାଓବାଦୀ ଅଦାଲତରେ ନେପାଳର ରାଜଧାନୀ କାଠମାଣ୍ଡୁ ରୁ ନେପାଳ ମିଡିଆ ର ଏକ ଟିମ୍ ବାହାଡ଼ି ଆସିଥିଲେ । ଏହି ଟିମ୍ ଅଞ୍ଚଳର ବିକାଶ ପାଇଁ ମହାକାଳୀ ନଦୀରେ ମୋଟର ପୋଲ ନିର୍ମାଣ ଅତି ଆବଶ୍ୟକ ବୋଲି ସୂଚନା ଦେଇଥିଲେ।
ବାହାଡ଼ି ଉଦ୍ୟୋଗ ବ୍ୟାପାର ମଣ୍ଡଳ ଅଧ୍ୟକ୍ଷ ନର ବାହାଦୁର କହିଛନ୍ତି କି, ସେବେଠୁ ସେ ନିଷ୍ପତ୍ତି ନେଇଥିଲେ କି, ଯେତେବେଳ ଯାଏ ମୋଟର ପୋଲ ନିର୍ମାଣ ହୋଇନାହିଁ ସେ ଭାରତକୁ ଯିବେନାହିଁ । ସେ ଆଜି ପର୍ଯ୍ୟନ୍ତ ସବୁଠାରେ ମୋଟର ପୋଲ ନିର୍ମାଣ ସମ୍ପର୍କିତ କଥା ଉଠାଇ ଆସୁଛନ୍ତି । କିନ୍ତୁ ତାଙ୍କ କଥାରେ ସରକାର କୌଣସି ସକରାତ୍ମକ ପଦକ୍ଷପ ଉଠାଇ ନାହାନ୍ତି । ବାହାଦୁରଙ୍କ କହିବା କଥା ପୋଲ ନିର୍ମାଣ ପରେ ହିଁ ସୀମାବର୍ତ୍ତୀ ଅଞ୍ଚଳ ଗୁଡିକର ସାମଗ୍ରିକ ବିକାଶ ହୋଇପାରିବ ।