ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପଶୁଙ୍କ ପାଇଁ ତୋମାର ଆଣିଲେ କୋଭିଡ ଟିକା

ପୁଣି ଥରେ ବଢ଼ିବାରେ ଲାଗିଛି କୋଭିଡ ସଂକ୍ରମଣର। ମହାମାରୀ କେବଳ ମଣିଷ ନୁହେଁ ବର୍ତ୍ତମାନ ପଶୁ ମଧ୍ୟ ଏହି ରୋଗରେ ପୀଡିତ ହେଉଛନ୍ତି। ତେଣୁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର୍ ଗୁରୁବାର ଦିନ ପଶୁଙ୍କ ପାଇଁ ଭାକ୍ସିନ ଆନୋକୋଭାକ୍ସ ଲଞ୍ଚ କରିଛନ୍ତି। ଯାହାକି ହରିଆଣାର ICAR ( National Research Centre On Equines) ଦ୍ଵାରା କରାଯାଇଛି।

ତେବେ ଆନୋକୋଭାକ୍ସ ହେଉଛି ଇନଆକ୍ଟିଭେଟେଡ୍ ସାର୍ସ- କୋଭ୍-୨ ଡେଲଟା ଭାକ୍ସିନ୍ ଯାହାକି ପଶୁଙ୍କ  ପାଇଁ ତିଆରି କରାଯାଇଛି। ଏହା ଉଭୟ ଡେଲଟା ଏବଂ ଓମିକ୍ରନ୍ ପାଇଁ ତିଆରି କରାଯାଇଛି ଯାହା ଏହି ଦୁଇଟି ଭାରିଆଣ୍ଟରୁ ସୁରକ୍ଷା ପ୍ରଦାନ କରିବ ବୋଲି ଇଣ୍ଡିଆନ୍ କାଉନସିଲ ଅଫ ଏଗ୍ରିକଲଚର୍ ରିସର୍ଚ୍ଚ ମନ୍ତବ୍ୟ ଦେଇଛି।

ଏହି ଭାକ୍ସିନ୍ କୁକୁର, ସିଂହ, ଚିତାବାଘ, ମୂଷା ଏବଂ ଠେକୁଆଙ୍କ ପାଇଁ ନିରାପଦ ବୋଲି ଅନୁଷ୍ଠାନ କହିଛି। ଏହା ବୈଜ୍ଞାନିକଙ୍କ ପାଇଁ ସମ୍ଭବ ହୋଇଛି ବୋଲି କୁହାଯାଇଛି। କେବଳ ଭାକ୍ସିନ ନୁହେଁ ପଶୁଙ୍କ ପାଇଁ ମଧ୍ୟ ଟେଷ୍ଟିଙ୍ଗ କିଟ୍ ଲଞ୍ଚ କରାଯାଇଛି। ଯାହାକି ପାୱାରଫୁଲ୍ ଜେନୋମିକ ଟେକ୍ନୋଲୋଜି, ଏହାକୁ ଖାସ କରି ଘୋଡ଼ାଙ୍କ କ୍ଷେତ୍ରରେ ବ୍ୟବହାର କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.