ମୋଦିଙ୍କ ସହ ବିଜେପିର ଅନେକ ନେତା ହେଲେ ଚୌକିଦାର, ଟ୍ବିଟରରେ ବଦଳାଇଲେ ନିଜ ନାଁ

ବିଗତ ୨୦୧୪ ସାଧାରଣ ନିର୍ବାଚନରେ ‘ଚାଏ ପେ ଚର୍ଚ୍ଚା ’ କ୍ୟାମ୍ପେନରେ ସାଧାରଣ ଲୋକଙ୍କ ସହ ଭାବ ବିନିମୟ କରି  ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ପ୍ରଧାନ ମନ୍ତ୍ରୀ ହୋଇଥିଲେ । ଏବେ ସେହିଭଳି ଏକ ଅଭିନବ କ୍ୟାମ୍ପେନ କରି ଆଗାମୀ ୨୦୧୯ ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା ଚଲାଇଛନ୍ତି । ତେବେ ଏଥର ଆଉ ଚାଏ-ପେ-ଚର୍ଚ୍ଚା କ୍ୟାମ୍ପେନ ନୁହେଁ ବରଂ ‘ମେ ହୁଁ ଚୌକିଦାର ’ ନାମକ ଏକ କ୍ୟାମ୍ପେନ କରିଛନ୍ତି । ଆଉ ଏବେ ଠାରୁ ତାଙ୍କ ଟ୍ବିଟର ଆକାଉଣ୍ଟରେ ନିଜ ନାମ ନରେନ୍ଦ୍ର ମୋଦି ଆଗରେ ଚୌକିଦାର ବୋଲି ଲେଖିଛନ୍ତି । ସେହିଭଳି ବିଜେପିର ରାଷ୍ଟ୍ରୟ ଅଧ୍ୟକ୍ଷ ଅମିତ ସାହ ଓ ବିଜେପିର ତୁଙ୍ଗ ନେତୃବନ୍ଦ ମଧ୍ୟ ଟ୍ବିଟର ଓ ସୋସିଆଲ ମିଡିଆରେ ନିଜ ନାମ ଆଗରୁ ଚୌକିଦାର ଲେଖିଥବାର ଦେଖିବାକୁ ମିଳିଛି ।

ତେବେ କଥା ଉଠୁଛି ,କଂଗେସ ଦଳର କଟାକ୍ଷକୁ (ଚୌକିଦାର ଚୋର ହୈ) ଚ୍ୟାଲେଞ୍ଜ କରି ମୋଦି ଏମିତି କ୍ୟାମ୍ପେନ କରିଛନ୍ତି । ଅପରପକ୍ଷରେ ପୁଲଓ୍ଵାମା ଆକ୍ରମଣ ପରେ ପାକିସ୍ଥାନକୁ କଡା ଯବାବ ଦିଆଯାଇଥିବାରୁ ମୋଦି ବିଭିନ୍ନ ସଭା ସମିତିରେ ଚୌକିଦାର ସଜାଗ ଅଛି ଆଉ ଭାରତବାସୀ ନିଶ୍ଚିନ୍ତ ରୁହନ୍ତୁ ବୋଲି କହିବୁଲୁଛନ୍ତି । ତେଣୁ ଲୋକଙ୍କ ଆକର୍ଷଣକୁ ବଳବତ୍ତର ରଖିବା ପାଇଁ ମୋଦି ଏହି ପ୍ରୟାସ କରିଛନ୍ତି ବୋଲି ଚର୍ଚ୍ଚା ହେଇଛି ।

ଟ୍ବିଟରରେ ଚୌକିଦାର ଲେଖିବା ପରେ ମୋଦି ଏକ ଭିଡିଓ ପୋଷ୍ଟ କରିଥିଲେ । ଆଉ ଲେଖିଥିଲେ କେବଳ ମୁଁ ନୁହେଁ ଦେଶର ଯେଉଁ ଲୋକ ଦୁର୍ନୀତି , ଭ୍ରଷ୍ଟାଚାର ,ଆବର୍ଜନା ଓ ସାମାଜିକ ଅବ୍ୟବସ୍ଥା ବିରୋଧରେ ଲଢେଇ କରିବେ ସେମାନ ମଧ୍ୟ ଜଣେ ଜଣେ ଚୌକିଦାର । ଆଉ ଯିଏ ଭାରତର ପ୍ରଗତିରେ କାମ କରିବ ସେ ମଧ୍ୟ ଚୌକିଦାର ହେବ । ତେଣୁ ଆଜି ସମସ୍ତ ଭାରତୀୟ କହୁଛନ୍ତି ମୁଁ ଚୌକିଦାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.