ବ୍ୟର୍ଥ ଯିବନି ସହିଦଙ୍କ ବଳିଦାନ, ଧୈର୍ୟ୍ୟ ଧର : କହିଲେ ପ୍ରଧାନମନ୍ତ୍ରୀ

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସହିଦଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ। ଏକଥା ପୁଣି ଥରେ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଆକ୍ରମଣ ପଛରେ ଥିବା ଆତଙ୍କବାଦୀ ସଂଗଠନ ଯେତେ ଲୁଚିବାକୁ ଚେଷ୍ଟା କଲେ ବି ଦଣ୍ଡ ଅବଶ୍ୟ ମିଳିବ। ସୁରକ୍ଷାବାହିନୀକୁ ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରାଯାଇଛି।
ଧର୍ୟ୍ୟ ଧର, ଯବାନଙ୍କ ଉପରେ ଭରସା ରଖ। ପୁଲୱାମା ଦୋଷୀଙ୍କୁ କିପିର ଦଣ୍ଡ ମିଳିବ? କେଉଁଠି ମିଳିବ, କେବେ ମିଳିବ, କିଏ ଦେବ, କି ପ୍ରକାର ଦଣ୍ଡ ଦିଆଯିବ ତାହା ଯବାନମାନେ ସ୍ଥିର କରିବେ। ପ୍ରଧାନମନ୍ତ୍ରୀ ଦେଇଛନ୍ତି ଏ ଆଶ୍ୱସନା।ବାସ୍ତବରେ ଭାରତ ପାଖରେ ପାକିସ୍ତାନ ସମର୍ଥିତ ଜୈସ-ଏ-ମହମ୍ମଦକୁ ମୂଳପୋଚ୍ଛ କରିବାକୁ କଣ ବିକଳ୍ପ ରହିଛି।
ବର୍ତ୍ତମାନ ସୁଦ୍ଧା, ପାକିସ୍ତାନରୁ ମୋଷ୍ଟ ଫେଭର୍ଡ ନେସନ୍ ମାନ୍ୟତା ପ୍ରତ୍ୟାହର କରାଯାଇଛି। ଦ୍ୱିତୀୟରେ, ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ଏକ ଘରକିଆ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ପ୍ରାୟ ୩୦ରୁ ଅଧିକ ଦେଶର ପ୍ରତିନିଧିଙ୍କୁ ଭେଟିଲାଣି ଭାରତୀୟ ବୈଦେଶିକ ବିଭାଗ। ସେପଟେ ପାକିସ୍ତାନରେ ଅବସ୍ଥାପିତ ଭାରତର ହାଇକମିସନର ଅଜୟ ବିସାରିଆ ଦିଲ୍ଲୀ ଆସି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚା କରିଛନ୍ତି। ତୃତୀୟରେ ରହିଛି ସର୍ଜିକାଲ ଷ୍ଟ୍ରାଇକ୍। ଉରି ଭଳି, ଭାରତ ପୁଲୱାମାର ପ୍ରତିଶୋଧ ନେଇ ପାରିବ। ପାକିସ୍ତାନ ମାଟିରେ ପଶି ପୁଣି ଥରେ ବଡ଼ ଆଟାକ୍ କରି ପାରିବେ ଭାରତୀୟ ସେନା।
ଚତୁର୍ଥରେ ରହିଛି ସିଧା ଜୈସ ଏ ମହମ୍ମଦ ମୁଖ୍ୟ ମସହୁଦ୍ ଆଜହାରକୁ ଟାର୍ଗେଟ୍ କରିବା। ଓସାମା ବିନ୍ ଲାଦେନକୁ ମାରିବାକୁ ଆମେରିକା ଯେଉଁ ଭଳି ପାକିସ୍ତାନର ଆବୋଟାବାଦ୍ ପସିଲା, ସେହିପରି ପଦକ୍ଷେପ ନେବାକୁ ପଡିବ। ପାକିସ୍ତାନକୁ ଦଣ୍ଡିତ କରିବାକୁ ଆଉ ଏକ କେଁ ଚୀନ। ମସହୁଦ୍ ଆଜହର, ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ। ଆଜି ପର୍ୟ୍ୟନ୍ତ ତାକୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା କରାଯାଇ ପାରିନାହିଁ। କାରଣ ଏଥିରେ ଚୀନ ବାଧା ଦେଉଛି। ମସହୁଦ୍ ଆଜହରକୁ ଭାରତ ୧୯୯୪ରେ ଗିରଫ କରିଥିଲା। କିନ୍ତୁ କାନ୍ଦାହାର ବିମାନ ଅପହରଣ ଘଟଣାରେ ୧୯୯୯ରେ ଭାରତ ମସୁହଦ ଆଜହରକୁ ମୁକ୍ତ କରିବାକୁ ବାଧ୍ୟ ହୋଇଥିଲା।
ପଞ୍ଚମରେ କୂଟନୈତିକ ସ୍ତରରେ ଭାରତ ହାତରେ ସିନ୍ଧୁ ଜଳ ଚୁକ୍ତିର ବ୍ରହ୍ମାସ୍ତ୍ର ରହିଛି। ୧୯୬୦ରୁ ଏହି ଚୁକ୍ତିରୁ ଭାରତ ଓହରି ଗଲେ, ପାକିସ୍ତାନ ଭୀଷଣ ଜଳ ସଂକଟର ସମ୍ମୁଖୀନ ହେବ। ଯାହା ପାକିସ୍ତାନ ମନବଳକୁ ଭାଙ୍ଗିବ। କିନ୍ତୁ ଏହି ଅସ୍ତ୍ର ଏ ଯାଏ ପ୍ରୟୋଗ ହୋଇ ପାରିନି। ୨୦୧୬ରେ ଭାରତ ଏହି ଚୁକ୍ତିରୁ ଓହରିବା ନେଇ ଚିନ୍ତା କରୁଥିବା ଖବର ଚର୍ଚ୍ଚା ହେଲା। କିନ୍ତୁ ତାହା ହୋଇ ପାରିଲାନାହିଁ। କୁହାଯାଉଛି, ଚୀନ ଚାପରେ ଏହି ପଦକ୍ଷେପ ନେଇ ପାରୁନି ଭାରତ। ଭାରତ ହାତରେ ବହୁ କୂଟନୈତିକ ଓ ସାମରିକ ବିକଳ୍ପ। କିନ୍ତୁ ତାଙ୍କୁ କିପରି କାର୍ୟ୍ୟରେ ଲଗାଯାଉଛି, ଧର୍ୟ୍ୟର ସହ ଅପେକ୍ଷା କରିବାକୁ ପଡିବ।