ଅଭିଭାଷଣରେ ଟ୍ରମ୍ପଙ୍କୁ ଭଲ ବନ୍ଧୁ ବୋଲି ସମ୍ବୋଧନ କରିଥିଲେ ନରେନ୍ଦ୍ର ମୋଦି, କହିଲେ ଭାରତ-ଆମେରିକା ସମ୍ପର୍କ ନୂଆ ସ୍ତରରେ ପହଞ୍ଚିଛି
କେନ୍ୟୁଜ୍(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ-ଆମେରିକା ସମ୍ପର୍କ ନୂଆ ସ୍ତରରେ ପହଞ୍ଚିଛି । ଆଜି ଆମେରିକା ଭାରତର ବନ୍ଧୁ । ବାଣିଜ୍ୟ ହେଉ କି ସେନା, ସବୁ କ୍ଷେତ୍ରରେ ଭାରତର ସବୁଠୁ ଭଲ ବନ୍ଧୁ ଆମେରିକା ହୋଇଛି । ମୋଦି କହିଛନ୍ତି, ଆଜି ଭାରତ ଆମେରିକାର ସବୁଠୁ ବିଶ୍ୱାସଯୋଗ୍ୟ ସହଯୋଗୀ ହୋଇପାରିଛି । ଭାରତୀୟ ସେନା ଯଦି କେଉଁ ଦେଶ ସହିତ ଅଧିକ ସମରାଭ୍ୟାସ କରିବାକୁ ଚାହେଁ, ସେହି ଦେଶ ହେଉଛି ଆମେରିକା । ଏହାସହ ପ୍ରଧାନମନ୍ତ୍ରୀ କହିଥିଲେ, ହ୍ଵାଇଟ୍ ହାଉସରେ ଦୀପାବଳି ଉତ୍ସବ ପାଳନରେ ଡୋନାଲ୍ଡ ଟ୍ରମ୍ପ ସାମିଲ ହୁଅନ୍ତି । ସେଠାରେ ରହୁଥିବା ୪୦ ଲକ୍ଷ ଭାରତୀୟ ଏନେଇ ଗର୍ବିତ ଅନୁଭବ କରନ୍ତି । ଟ୍ରମ୍ପଙ୍କୁ ଭଲ ବନ୍ଧୁ ବୋଲି ସମ୍ବୋଧନ କରିଥିଲେ ନରେନ୍ଦ୍ର ମୋଦି ।