କେମିତି ଆଗକୁ ବଢିବ ଅର୍ଥନୀତି ? ୪୦ ଜଣ ଅର୍ଥନୀତି ଓ ଶିଳ୍ପ ବିଶେଷଜ୍ଞଙ୍କ ସହ ମୋଦିଙ୍କ ବୈଠକ

କେମିତି ଆଗକୁ ବଢିବ ଅର୍ଥନୀତି । ଏ ସଂପର୍କରେ ୪୦ ଜଣ ଅର୍ଥନୀତି ବିଶେଷଜ୍ଞ ଓ ଶିଳ୍ପ ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତର ଅର୍ଥନୀତି ମନ୍ଥର ହେଉଥିବା ବେଳେ ଏଭଳି ଏକ ଚର୍ଚ୍ଚା କରିଛନ୍ତି ପ୍ରଧାନମନ୍ତ୍ରୀ । ମାକ୍ରୋ ଇକୋନୋମି, ନିଯୁକ୍ତି, କୃଷି, ଜଳ ସଂପଦ, ଶିକ୍ଷା ଓ ସ୍ୱାସ୍ଥ୍ୟକୁ ନେଇ ପୃଥକ ପୃଥକ ଆଲୋଚନା ହୋଇଥିଲା । ଅଂଶଗ୍ରହଣକାରୀମାନେ ନିଜ ନିଜର ମତାମତ ରଖିଥିଲେ । ଏଥିରେ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ମଧ୍ୟ ଯୋଗ ଦେଇଥିଲେ । ସାଧାରଣ ବଜେଟ୍ ଉପସ୍ଥାପନ ହେବାର କିଛି ଦିନ ପୂର୍ବରୁ ମୋଦି ଏଭଳି ଏକ ବୈଠକ ଡାକି ଆଲୋଚନା କରିଥିବାରୁ ଏହାକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଏହି ବୈଠକ ପୂର୍ବରୁ ବିଶେଷଜ୍ଞମାନଙ୍କୁ ବିଭିନ୍ନ ଭାଗରେ ବିଭକ୍ତ କରିଥିଲେ ନୀତି ଆୟୋଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.