ମା’ଙ୍କୁ ଭେଟିଲେ ମୋଦି, ପରିବାର ସହ କାଟିଲେ ୩୦ ମିନିଟ

ଅହମ୍ମଦାବାଦ : ଦୁଇ ଦିନିଆ ଗୁଜୁରାଟ ଗ୍ରସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦ୍ୱତୀୟ ଦୀନରେ ଅଦଲାଜ ସ୍ଥିତ ଅନ୍ନପୂର୍ଣ୍ଣ ମନ୍ଦିରରେ ଠାକୁରାଣୀଙ୍କୁ ଦର୍ଶନ କରିଛନ୍ତି । ସେମବାର ଦିନ ମହାଶିବରାତ୍ରୀର ଅବସରରେ ପ୍ରସିଦ୍ଧ ଢୋଲେଶ୍ୱର ମନ୍ଦିର ଦର୍ଶନ କରିବା ପାଇଁ ଯାଇଥିଲେ ଓ ସଂନ୍ଧ୍ୟା ସମୟରେ ମା’ ହୀରା ବେନ ଓ ପରିବାର ଲୋକଙ୍କୁ ଦେଖା କରିବା ପାଇଁ ରାୟସେନା ଗାଁ ପହଞ୍ଚି ସେଠାରେ ୩୦ ମିନିଟ ସମୟ ଅତିବାହିତ କରିଥିଲେ ।

ହାରାବେନ ପ୍ରଧାନ ମନ୍ତ୍ରୀଙ୍କ ସାନ ଭାଇ ପଙ୍କଜ ମୋଦିଙ୍କ ସହ ଗାନ୍ଧୀନଗର ନିକଟସ୍ଥ ରାୟସେନା ଗାଁରେ ରହୁଛନ୍ତି । ମା’ଙ୍କୁ ଦେଖା କରିବା ପୁର୍ବରୁ ମୋଦି ସୋମବାର ଦିନ ଅହମ୍ମଦାବାଦରେ ସଭା କରିଥିଲେ ଓ ସେଠାରେ ମେଟ୍ରୋ ସେବା ର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଥିଲେ ।

ମୋଦି ଆଜି ଦୁଇଟି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ :

ପ୍ରଧାନ ମନ୍ତ୍ରୀ ମଙ୍ଗଳବାର ଦିନ ଗାନ୍ଧି ନଗରରେ ଶିକ୍ଷଣ ଭବନ ଓ ବିଦ୍ୟାର୍ଥୀ ଭବନର ମୂଳଦୂଆ ପକେଇଥିଲେ । ଏହି ଅବସରରେ ମଞ୍ଚ ଉପରେ ଉପସ୍ଥିତ ଥିବା ପୁର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କର ଗୋଡ ଛୁଇଁ ଆଶ୍ରୀବାଦ ନେଇଥିଲେ ମୋଦି ।ଏହାପରେ ଶ୍ରମଯୋଗୀ ମନଧନ ଯୋଜନା ର ଆରମ୍ଭ କରିଥିଲେ ଓ ଆନ୍ୟ ଗୋଟେ କାର୍ଯ୍ୟକ୍ରମରେ ବସ୍ତ୍ରାଳୟର ଅସଂଗଠିତ କର୍ମଚାରୀ ମାନଙ୍କ ପାଇଁ ପ୍ରଧାନ ମନ୍ତ୍ରୀ ପେନସନ ଯୋଜନା ଲଞ୍ଚ କରିଥିଲେ ।

ମୋଦି ପ୍ରଥମ ଦିନରେ ଦୁଇଟି ସଭା କରିଥିଲେ

ପ୍ରଧାନ ମନ୍ତ୍ରୀ ଜାମନଗର ଓ ଅହମ୍ମଦାବାଦର ଜନସଭାରେ ବାୟୁସେନାଏୟାର ଷ୍ଟ୍ରାଇକ ଉପରେ ଆସିଥିବା ବିରୋଧୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ ଓ କଂଗ୍ରେସକୁ ନିର୍ବାଚନ ପୁର୍ବରୁ କୃଷକଙ୍କ କଥା ମନେ ପଡୁଛି ଆଉ କୃଷକ ମାନଙ୍କୁ ମୁର୍ଖ ବନେଇବା ପାଇଁ ଋଣ ଛାଡର କଥା କହିବାକୁ ଲାଗୁଛି ବୋଲି କହି ପ୍ରବଳ ବର୍ଷିଥିଲେ ।

KNews Bureau

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

4 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

37 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

39 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

45 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

54 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

54 mins ago