ନୂତନ ବର୍ଷରେ ୬ ରାଜ୍ୟକୁ ନୂଆ ପ୍ରକଳ୍ପ ଉପହାର ଦେଲେ ମୋଦି, ତିଆରି ହେବ ଭୂମିକମ୍ପ ପ୍ରତିରୋଧୀ ଘର

ନୂଆଦିଲ୍ଲୀ (କେନ୍ୟୁଜ୍) : ନୂଆବର୍ଷରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆବର୍ଷରେ ଭିଡିଓ କନଫରେନ୍ସିଂ ଯୋଗେ ୬ଟି ରାଜ୍ୟରେ ଲାଇଟ୍ ହାଉସ୍ ପ୍ରୋଜେକ୍ଟର ଭିତ୍ତିପ୍ରସ୍ଥର ସ୍ଥାପନା କରିଛନ୍ତି । ମୋଦି ଗ୍ଲୋବାଲ ହାଉସିଂ ଟେକ୍ନୋଲୋଜି ଚ୍ୟାଲେଞ୍ଜ୍ ଇଣ୍ଡିଆ ଆଧାରରେ ୬ ରାଜ୍ୟରେ ଲାଇଟ୍ ହାଉସ୍ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନା କରିଛନ୍ତି । ଏହି ୬ ରାଜ୍ୟଗୁଡିକ ହେଉଛି ଉତ୍ତର ପ୍ରଦେଶ, ଝାରଖଣ୍ଡ, ତ୍ରିପୁରା, ମଧ୍ୟପ୍ରଦେଶ, ଗୁଜରାଟ ଏବଂ ତାମିଲନାଡୁ ରାଜ୍ୟ।
ମୋଦିଙ୍କ ଏହି କାର୍ଯ୍ୟକ୍ରମ ସହରୀ ଭାରତର ରୂପରେଖ ବଦଳାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ପିଏମଏଓ୍ୱାଇ ଓ ଆଶା-ଇଣ୍ଡିଆ ଆଓ୍ୱାର୍ଡ ମଧ୍ୟ ବିତରଣ କରିଛନ୍ତି । ଏହାସହ ସହରୀ ଆବାସ କାର୍ଯ୍ୟକ୍ରମ ଲାଗୁ କରିଥିବା ଶ୍ରେଷ୍ଠ ରାଜ୍ୟକୁ ପୁରସ୍କାର ଦେଇଛନ୍ତି ।
ଆସନ୍ତୁ ଜାଣିବା ଲାଇଟ୍ ହାଉସ୍ ପ୍ରକଳ୍ପ କଣ
ଲାଇଟ୍ ହାଉସ ପ୍ରକଳ୍ପରେ ସ୍ଥାନୀୟ ଜଳବାୟୁକୁ ଆଧାର କରି ଲୋକଙ୍କୁ ସୁରକ୍ଷିତ ଘର ପ୍ରଦାନ କରାଯିବ । ଏହି ଘରକୁ ମଜବୁତ ଭାବେ ତିଆରି କରାଯାଉଛି । ଯେଉଁ କାରଣରୁ ଏହା ଭୂମିକମ୍ପ ପ୍ରତିରୋଧୀ ମଧ୍ୟ ଅଟେ ।