ସଙ୍କଟ ସମୟରେ ଆଉ ସଙ୍କଟ, ମହାକାଶରୁ ସେକେଣ୍ଡ ପ୍ରତି ୫.୨ କିଲୋମିଟର ବେଗରେ ମାଡି ଆସୁଛି ଏକ ଆତଙ୍କ

ପୂରା ବିଶ୍ୱ ଏବେ କରୋନା କବଳରେ ଏକ ପ୍ରକାର କବଳିତ । ଏହାକୁ ନେଇ ବିଶ୍ୱବାସୀ ଏକ ପ୍ରକାର ଭୟଭୀତ ଥିବା ବେଳେ ମହାକାଶରୁ ପୃଥିବୀ ପ୍ରତି ଆଉ ଏକ ସଙ୍କଟ ମାଡ଼ି ଆସୁଛି । ଆମେରିକୀୟ ମହାକାଶ ସଂସ୍ଥା ନାସା ଦ୍ୱାରା ଜାରି ହୋଇଥିବା ଏକ ତଥ୍ୟ ଅନୁଯାୟୀ ମହାକାଶରୁ ଏକ ଉଲ୍କା ପିଣ୍ଡ ଖୁବ ଦ୍ରୁତ ଗତିରେ ପୃଥିବୀ ଆଡକୁ ମାଡି ଆସୁଛି । ଏହାର ବେଗ ସେକେଣ୍ଡ ପ୍ରତି ୫.୨ କିଲୋମିଟର ଥିବା ଜଣାଯାଇଛି । ଏକ ସମ୍ବାଦ ପତ୍ର ତରଫରୁ ଜାରି ହୋଇଥିବା ଏକ ରିପୋର୍ଟ ଅନୁଯାୟୀ, ଏହି ଉଲକା ପିଣ୍ଡ ଟି ଆସନ୍ତା ୬ ତାରିଖରେ ହିଁ ପୃଥିବୀ ମଧ୍ୟକୁ ପ୍ରବେଶ କରିବ । ନାସା ଦ୍ୱାରା କରାଯାଇଥିବା ଏକ ଆକଳନ ଅନୁଯାୟୀ ଏହି ଉଲକା ପିଣ୍ଡଟି ଆମେରିକା ସ୍ଥିତ ଏମ୍ପାୟାର୍ସ ବିଲଡିଙ୍ଗ ଠାରୁ ବି ଆକାରରେ ବଡ ।

earth

ନାସା ତରଫରୁ ଏହାର ନାମ ରକ- 163348(2002 NN4) ରଖାଯାଇଛି । ଆଉ ମଧ୍ୟ ସୂଚନା ଦିଆଯାଇଛିକି ଆସନ୍ତା ୬ ତାରିଖରେ ଏହି ଉଲ୍କା ପିଣ୍ଡଟି ପୃଥିବୀ କକ୍ଷ ପଥର ଅତି ନିକଟ ଦେଇ ଗତି କରିବ । ଏହାର ଲମ୍ବ ପ୍ରାୟ ୨୫୦-୫୭୦ ମିଟର ଭିତରେ ଥିବା ବେଳେ ଚୌଡା ୧୩୫ ମିଟର ରହିବ । ଏହି ଉଲକା ପିଣ୍ଡଟି ସୂର୍ଯ୍ୟଙ୍କ ଅତି ନିକଟ ଦେଇ ପୃଥିବୀ କକ୍ଷ ପଥରେ ପ୍ରବେଶ କରିବ । କହିରଖିବା ଉଚିତ ହେବକି, ଗତ ମାସ ୨୧ ତାରିଖରେ ୧.୫ କିଲୋମିଟର ଲମ୍ବର ଏକ ଉଲକା ପିଣ୍ଡ ପୃଥିବୀ ପୃଷ୍ଠର ଅତି ନିକଟ ଦେଇ ଗତି କରିଥିଲା । ବୈଜ୍ଞାନିକଙ୍କ ଅନୁଯାୟୀ, ପୃଥିବୀ ସହ ଏହା ଧକ୍କା ହେବାର କୌଣସି ଆଶଙ୍କା ନାହିଁ ।

କିନ୍ତୁ ତଥାପି ସଂସ୍ଥା ତରଫରୁ ଏହା ଉପରେ ନଜର ରଖାଯିବ । କାରଣ ଅନେକ ସମୟରେ ପୂର୍ବରୁ କୌଣସି ଆଶଙ୍କା ନଥାଇ ମଧ୍ୟ ତତକ୍ଷଣାତ ମହାକାଶରୁ ପଟରୁ ଉଲ୍କା ପିଣ୍ଡ ପୃଥିବୀ ମଧ୍ୟକୁ ପ୍ରବେଶ କରିଥାନ୍ତି । ନାସା ଅନୁଯାୟୀ,  ସକାଳ ୮.୨୦ ମିନିଟ ସମୟରେ ଏହି ପିଣ୍ଡଟି ପୃଥିବୀ ପାଖ ଦେଇ ଗତି କରିବ । ପୃଥିବୀ ନିକଟ ଦେଇ ଏପରି ଏକ ସମାନ ଧରଣର ପିଣ୍ଡ ଆସନ୍ତା ୨୦୨ ୪ ରେ ପୃଥିବୀର ଅତି ନିକଟ ଦେଇ ଗତି କରିବାର ସମ୍ଭାବନା ରହିଛି । ମିଳିଥିବା ସୂଚନା ଅନୁଯାୟୀ ଏହି ପିଣ୍ଡ ଟିର ଗତି ସେକେଣ୍ଡ ପ୍ରତି ୫.୨ କିମି ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.