୯ ମାସ ପରେ ଫେରିବେ ସୁନୀତା, ମିଶନ କ୍ରୁ-୧୦ ଲଞ୍ଚ

ଖୁବଶୀଘ୍ର ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରୁ ଫେରିବେ ସୁନୀତା ୱିଲିୟମ୍ସ । ଆଜି ଭୋରରରୁ ଆରମ୍ଭ ହୋଇଛି ସୁନୀତା ୱିଲିୟମ୍ସକୁ ଫେରାଇ ଆଣିବା ମିଶନ । ଭୋରରୁ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନକୁ ଯାତ୍ରା କରିଛି ନାସାର ସ୍ପେସ ଏକ୍ସ କ୍ରୁ-୧୦ ମିଶନ । କେନେଡି ସ୍ପେସ ସେଣ୍ଟରରୁ ଉତକ୍ଷେପଣ ହୋଇଛି ସ୍ପେସ ଏକ୍ସର ଫାଲକନ -୯ ରକେଟ୍ ।

ଏଥିରେ ୪ ମହାକାଶଚାରୀ, ନାସାର ଆନେ ମାକ୍ଲେନ୍ ଏବଂ ନିକୋଲ ଆୟେର୍ସ, ଜାକ୍ସାର ତାକୁଆ ଓନିସି ଏବଂ ରୋସକୋସମସର କିରିଲ ପେସକୋଭ ଆଇଏସଏସ ଯାଇଛନ୍ତି । ସେଠାରେ ସେମାନେ ସୁନୀତା ୱିଲିୟମ୍ସ ଏବଂ ବୁଚ୍ ୱିଲମରଙ୍କ ସ୍ଥାନ ନେବେ । ଗତ ବର୍ଷ ଜୁନ ମାସରେ ୮ ଦିନ ପାଇଁ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ ଯାଇଥିଲେ ସୁନୀତି ୱିଲିୟମ୍ସ ଓ ବୁଚ୍ ୱିଲମୋର । କିନ୍ତୁ ସ୍ପେସକ୍ରାଫ୍ଟରେ ତ୍ରୁଟି ଯୋଗୁଁ ଫେରି ପାରିଲେ ନାହିଁ ।

ବୋଇଂରେ ତ୍ରୁଟିପୂର୍ଣ୍ଣ ଷ୍ଟାରଲାଇନର ମହାକାଶଯାନରେ ଯାତ୍ରା କରିବା ପରେ ୱିଲିୟମ୍ସ ସାଥୀ ମହାକାଶଚାରୀ ବୁଚ୍ ୱିଲ୍ମୋରଙ୍କ ସହ ୯ ମାସ ଧରି ଫସି ରହିଛନ୍ତି । ୮ ଦିନ ପାଇଁ ଯାଇଥିଲେ ୯ ମାସ ରହିଗଲେ । ସ୍ପେସ ଏକ୍ସ କ୍ରିୟୁ-୧୦ ମିଶନ ଆଜି ହିଁ ଆଇଏସଏସରେ ପହଞ୍ଚିବ ସ୍ପେସକ୍ରାଫ୍ଟ । ସେଠାରେ କିଛି ଦିନ ରହିବା ପରେ ସେହି ସ୍ପେସ କ୍ରାଫ୍ଟରେ ଫେରିବେ ସୁନୀତି ୱିଲିୟମ୍ସ ଏବଂ ବୁଚ୍ ୱିଲମୋର।

ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋରଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଆଗ୍ରହୀ ଥିଲେ । ତେଣୁ ସ୍ପେସଏକ୍ସ ମାଲିକ ଏଲନ ମସ୍କଙ୍କୁ ବି ଦେଇଥିଲେ । ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ ଏହି ଦିଗରେ କାମ କରିବା ଆରମ୍ଭ କରିଥିଲା । କ୍ରୁ-୧୦ ଲଞ୍ଚ କରିବାକୁ ଯାଉଥିଲା । ହେଲେ ଯାନ୍ତ୍ରିକ ତ୍ରୁଟି ହେତୁ ଏହାର ଲଞ୍ଚକୁ ପୁଣି ଥରେ ସ୍ଥଗିତ ରଖାଯାଇଥିଲା ।

Also Read : ଟ୍ରେନ ଟ୍ରାକକୁ ଚାଲିଆସିଲା ଟ୍ରକ, ଗାଡ଼ିକୁ ଚୁନା କରିଦେଲା ମୁମ୍ବାଇ-ଅମରାବତୀ ଏକ୍ସପ୍ରେସ